ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଉପରେ ଦାଖଲ ହୋଇଥିବା ଏକ ଯାଚିକାକୁ ସୁପ୍ରିମ କୋର୍ଟ ଗୁରୁବାର ଦିନ ଖାରିଜ କରିଛନ୍ତି । ଏହି ଅବସରରେ କୋର୍ଟ କହିଛନ୍ତି, ନ୍ୟାୟପାଳିକା ଆଇନର ପାଳନ କରାଇବା ପାଇଁ ରହିଛି, ନାହିଁ କି ଆଇନ କରିବାକୁ । ଓକିଲ ବିନିତ ଦାଣ୍ଡାଙ୍କ ଦ୍ୱାରା ନାଗାରିକତା ସଂଶୋଧନ ଆଇକୁ ସମ୍ବିଧାନିକ ଘୋଷଣା କରିବା ସହ ଏହାକୁ ସବୁ ରାଜ୍ୟରେ ଶୀଘ୍ର ଲାଗି କରିବାକୁ ତୁରନ୍ତ ଶୁଣାଣି କରିବାକୁ ଯାଚିକାରେ ଦର୍ଶାଇଥିଲେ ।
ମୁଖ୍ୟ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ସୂର୍ଯ୍ୟକାନ୍ତ କର ଓ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କ।।ଳରେ କହିଥିଲେ, ଏହି ଯାଚିକାରେ ସେମାନେ ଆଶ୍ଚର୍ଯ୍ୟଚକିତ । ସେମାନେ ପ୍ରଥମ ଥର ଏପରି ଯାଚିକା ଦେଖିଛନ୍ତି, ଯେଉଁଥିରେ କୌଣସି ଆଇନକୁ ସମ୍ବିଧାନିକ ଘୋଷଣା କରିବାକୁ ଦାବି କରାଯାଇଛି । ଏହି ଅବସରରେ ମୁଖ୍ୟ ବିଚାରପତି ବୋବଡେ କହିଛନ୍ତି, କୋର୍ଟର କାମ ଆଇନର ବୈଧାନିକତା ସୁନିଶ୍ଚିତ କରିବା, ନା କି ତାକୁ ସମ୍ବିଧାନିକ ଘୋଷଣା କରିବା । ତେବେ ଏହା ଉପରେ କୋର୍ଟ ସେତେବେଳେ ଶୁଣାଣି କରିବେ ଯେତେବେଳେ ଏହାକୁ ନେଇ ହିଂସା ଥମିବ ।