ଓଡିଶା

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦଘାଟିତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁରର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତା ବହନ କରୁଥିବା ଉତ୍ସବ ‘ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦’ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ କରମା, ଘୁବ, କୁଡୁ, ଶବର ଶବରେନ ଆଦି ଲୋକନୃତ୍ୟ ପ୍ରଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ସଂସ୍କୃତି ଅଧିକାରୀ ଆର୍ତତ୍ରାଣ ଥାଟି, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରିଚରଣ ମିଶ୍ର, କ୍ରୀଡା ଅଧିକାରୀ ଶରତ ନନ୍ଦ ଓ ଜିଲ୍ଲାର ବହୁ ସମାଜସେବୀ ଯୋଗ ଦେଇଥିଲେ ।

Related posts

ଏରୋଡ୍ରମ ଲାଇସେନ୍ସ,ବିମାନ ଉଡାଣ ନେଇ DGCA ପକ୍ଷରୁ ମିଳିଲା ଅନୁମତି

mahabharatanews

ଆସନ୍ତା ୪୮ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ,ୟେଲୋ ଓ୍ବାର୍ଣ୍ଣିଂ ଜାରି

mahabharatanews

ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ

mahabharatanews