(ମହାଭାରତ, ସୋନପୁର): ‘ସୁସ୍ଥ୍ ଧରା କ୍ଷେତ ହରା’ ବାର୍ତ୍ତାରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଳାର ୬ଟି ବ୍ଲକ ଅଂଚଳରେ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଦିବସ ପାଳିତ ହୋଇଛି । ୨୦୧୫ ମସିହା ଫେବୃୟାରୀ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାଜସ୍ଥାନର ସୁରତଗଡ଼ ଠାରେ ଆରମ୍ଭ ହୋଇଥିବା ଏହି ଯୁଗାନ୍ତକାରୀ ଯୋଜନାକୁ ଅଧିକ ଜପଗ୍ରାହୀ କରିବା ଲକ୍ଷ୍ୟରେ ଜିଲ୍ଳାର ମନୋନୀତ ୬ ଟି ଆର୍ଦଶ ଗାଁରେ ଏହି ଦିବସ ପାଳିତ ହୋଇଥିବା ବେଳେ ଜିଲ୍ଳା କୃଷି ବିଭାଗ ପକ୍ଷରୁ ୩ ହଜାର ୩୧୭ ଜଣ ଚାଷୀଙ୍କୁ ଖେତରୁ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ମାଟି ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଇତି ମଧ୍ୟରେ ୨୦୧୨ ମସିହାରୁ ୨୦୧୯ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୭୭ ହଜାର ମାଟି ନମୁନା ପରୀକ୍ଷା କରାଯାଇ ୧ ଲକ୍ଷ ୬୧ ହଜାର ୪୬୭ ଟି ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଚାଷୀଙ୍କୁ ଦିଆଯାଇଛି । ବିଶେଷକରି ମୋଟିର ଅମ୍ଳତା ଓ କ୍ଷାରତାକୁ କମାଇ ସନ୍ତୁଳିତ ସାର ଓ କୀଟନାଶକ ପ୍ରୟୋଗ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଅଧିକରୁ ଅଧିକ ଜୈବିକ ଖତର ପ୍ରୟୋଗ ମାଟିର ଆର୍ଦ୍ରତା ଓ ଶୁଷ୍କତା ପରିଚାଳନା ଉପରେ ଧ୍ୟାନଦେଇ ମାଟିର ଉତ୍ପାଦକତା ପ୍ରତି ଗୁରୁତ୍ୱ ଦେବାକୁ ଆଜିର ସଚେତନତା ଅଭିଯାନକୁ କୃଷି ବିଶେଷଜ୍ଞମାନେ କହିଛନ୍ତି । ମାଟିର ଉର୍ବରତା ସହ ଫସଲ ଉତ୍ପାଦନକୁ ଅଧିକ ଧରି ଚାଷୀର ଆୟକୁ ୨ ଗୁଣ କରିବାକୁ ଚାଷୀ ମାନେ ସଂକଳ୍ପ ନେଇଛନ୍ତି । ମାଟିର ସ୍ୱାସ୍ଥ୍ୟ କାର୍ଡ଼ ପରୀକ୍ଷା ଆଧାରରେ ସନ୍ତୁଳିତ ସାର ପ୍ରୟୋଗ କରି କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୀତିକ୍ୁ ସୁଦୃଢ କରିବାକୁ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି ।
previous post
next post