(ମହାଭାରତ): ସୋସିଆଲ ମିଡ଼ିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ ସୁଖ୍ୟାତି ଅର୍ଜନ କରିଛି । ସିମଲା ଠାରୁ ପ୍ରାୟ ୯୨ କି.ମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର ସବୁଠୁ ଧନୀ ଗାଁ ଭାବେ ପରିଚିତ । ଏହାର ନାଁ ହେଉଛି ମଡ଼ାୱଗ । ଯେଉଁଠି ପ୍ରତ୍ୟେକ ପରିବାରର ସଦସ୍ୟ ସେଓ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ଷକୁ ପ୍ରାୟ ୭ଲକ୍ଷ ପେଟି ସେଓ ଉତ୍ପାଦନ କରି ଜଣେ କୃଷକ ୭୦ରୁ ୭୫ ଲକ୍ଷ ରୋଜଗାର କରିଥାନ୍ତି । ଏହି ଗାଁରେ ଉତ୍କୃଷ୍ଟମାନର ସେଓ ଉତ୍ପାଦନ କରାଯାଏ ।
ଏଠାରେ ରୟାଲ ଆପଲ,ରେଡ଼ ଆପଲ,ରେଡ଼୍ ଗୋଲ୍ଡ କିସମର ସେଓ ଚାଷ କରାଯାଇଥାଏ । ୧୯୮୯ ମସିହା ପର୍ଯ୍ୟନ୍ତ ଏଠାରେ ସେଓର ନାଁଗନ୍ଧ ନ ଥିଲା । ୧୯୯୦ରେ କୃଷକ ମାନେ ସେଓ ଚାଷ ଆରମ୍ଭ କଲେ । ଏଥିରେ ବେଶ ଲାଭ ହେଲା । ସେହିଦିନ ଠାରୁ ଏଠାକାର ଲୋକେ ସେଓକୁ ଜୀବିକା ଭାବେ ଗ୍ରହଣ କରି ଚାଷ କରିଆସୁଛନ୍ତି । ଏଠାରେ ଚାଷ କରାଯାଉଥିବା ସେଓ ଅଲଗା ସେଓ ଅପେକ୍ଷା ବେଶ ବଡ଼ । ଏହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ରଖିହୁଏ । ଏଠାରେ ବରଫ ପଡ଼େ ବୋଲି ଚାଷୀ ମାନେ ସେଓ ଗଛକୁ ଜାଲ ଦେଇ ଘୋଡ଼ାଇ ରଖିଥାନ୍ତି ।