(ଶ୍ରୀନଗର): ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ଆଦିଲ ଗୁଲଜାର ଶେଖ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି । ଏନେଇ ସେନା ସୂଚନା ଦେଇଛି । ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପାଇଁ ଆଦିଲ କାମ କରୁଥିଲା । ଜଣେ ପୋଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରିବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ଗତ ସୋମବାର ସନ୍ଧ୍ୟାରେ ଆଦିଲ ବୁଡଗାମର ବେହରାମପୋରା ଅଞ୍ଚଳରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ । ସେମାନଙ୍କୁ ଦେଖିବା ମାତ୍ରେ ଆତଙ୍କୀ ଆଦିଲ ଅତର୍କିତ ଭାବେ ଗୁଳିବର୍ଷା କରିଥିଲା । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ପାଲଟା ଜବାବ ମଧ୍ୟ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିଲା । ତା ନିକଟରୁ ବିପୁଳ ପରିମାଣର ବିସ୍ପୋରକ ଓ ଏକେ ୪୭ ରାଇଫଲ ଜବତ ହୋଇଛି ।
previous post
next post