ଓଡିଶା

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇ ଠାରେ ଗତ ରବିବାର ଏକ ଅଘଟଣ ଘଟିଛି । ଗାଧୋଇବାକୁ ଯାଇ ସେଲଫି ନେଉଥିବା ବେଳେ ୨ ଭଉଣୀ ନଦୀରେ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସୂୂଚନା ଅନୁଯାୟୀ, ସ୍ଥାନୀୟ ଏରବା ଗାଁର ୨ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ସେଲଫି ନେଉଥିବା ସମୟରେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି ।

Related posts

ଅନଲକ୍-୪ ପାଇଁ ଗାଇଡଲାଇନ ଜାରି: ସଟ୍ ଡାଉନ ହଟିଲା, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

mahabharatanews

ଆଖି ବୁଜିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ 

mahabharatanews

ବଢୁଛି ମାଓହିଂସା : ଭୁରୁଷିଖମା ଛକରେ ଲଗାଇଲେ ପୋଷ୍ଟର

mahabharatanews