ଓଡିଶା

ସୋନପୁର ମହାନଦୀ ଉତ୍ସବ ୨୦୨୦ ପାଳିତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ସହରରେ ଥିବା ମହାନଦୀ ସାହିତ୍ୟ ସଂସଦ ଅନୁଷ୍ଠାନ ପକ୍ଷରୁ ମହାନଦୀ ଉତ୍ସବ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳାମଣ୍ଡପ ଠାରେ ଗତ ସୋମବାର ସନ୍ଧ୍ୟାରେ ଏହାର ଉଦ୍ଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଯୋଗ ଦେଇଥିଲେ । କଳା ଓ ସାହିତ୍ୟ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ପ୍ରତିଭା ମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଏଭଳି ଉତ୍ସବର ଆୟୋଜନ ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରୀ, ଜିଲ୍ଲାପାଳ ବଳରାମ ମଲ୍ଲିକ, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ସମାଜସେବୀ ଶ୍ରୀବଚ୍ଛ ମଲ୍ଲିକ ପ୍ରମୁଖ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସଙ୍ଗୀତଜ୍ଞ ବିକାଶ ମିଶଙ୍କ୍ରୁ ମହାନଦୀ ସାହିତ୍ୟ ସମ୍ମାନ ଓ ବିଶିଷ୍ଟ କବି ଆର୍ତ୍ତତ୍ରାଣ ବାବୁଙ୍କୁ ମହାନଦୀ ନାଟ୍ୟ ସମ୍ନାନରେ ସ୍ମମାନିତ କରାଯାଇଥିଲା । ଅନୁଷ୍ଠାନର ମୁଖପତ୍ର ‘ଓଜସ’ର ବାର୍ଷିକ ବିଶେଶାଙ୍କ ଉନ୍ମୋଚିତ ହୋଇଥିଲା । ଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଶଣ କରାଯାଇଥିଲା । ମହାନଦୀ ସାହିତ୍ୟ ସଂସଦର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ପୁରୁଷୋତ୍ତମ ମିଶ୍ର ସଂଯୋଜନା କରିଥିଲେ ।

Related posts

ଆଂଶିକ କମିଲା ହୀରାକୁଦର ଜଳସ୍ତର

mahabharatanews

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews

ଉତ୍କଳ ଗୌରବ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

mahabharatanews

Leave a Comment