ଓଡିଶା

ସ୍କୁଲ ଅନୁଦାନ ଟଙ୍କା ହଡପ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କ ବଦଳି ଦାବି

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚେଣ୍ଡିଗୁଡା ସ୍କୁଲ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଲ ପ୍ରଧାନଶିକ୍ଷକ ଏହି ଟଙ୍କା ହଡପ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ସ୍କୁଲରୁ ଶୀଘ୍ର ବଦଳି କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଛେଣ୍ଡିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୭୩ ଜଣ ଛାତ୍ରଛାତ୍ରୀ ପଢନ୍ତି । ଏଥିପାଇଁ ସ୍କୁଲରେ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ତେବେ ସ୍କୁଲ ପ୍ରଧାନଶିକ୍ଷକ ଦିବାକର ନାଏକ ସ୍କୁଲକୁ ନିୟମିତ ଆସନ୍ତି ନାହିଁ । ବିଦ୍ୟାଳୟର ଉନ୍ନତିମୂଳକ କାମ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆସୁଥିବା ଅନୁଦାନ ଟଙ୍କାକୁ ଆତ୍ମସାତ କରିବା ସହ ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟୀତ୍ୱରେ ଥିବା ମହିଳାଙ୍କୁ ଲାଞ୍ଚ ମାଗୁଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଲାର ସିଂ ଗୌଡ ଅଭିଯୋଗ କରିଛନ୍ତି । କୌଣସି ଅନୁଦାନ ଆସିଲେ ପରିଚାଳନା କମିଟିକୁ ନ ଜଣାଇ ଟଙ୍କା ଆଣି ହେରଫେର କରୁଥିବା ପରିଚାଳନା କମିଟିର ସଦସ୍ୟମାନେ କହିଛନ୍ତି । ପୂର୍ବରୁ ଏହି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଏହି ସମାନ ମାମଲାରେ ବଦଳି କରାଯାଇଥିବା ବେଳେ ଏହି ଘଟଣାର ପୁନରାବୃତ୍ତି ପୁଣି ହୋଇଛି । ଏଥିପାଇଁ ଯଥାଶୀଘ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ନାଏକଙ୍କୁ ବଦଳି କରିବା ସହ ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Related posts

ପତ୍ନୀ ଗିରଫ ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନ ସିଲ୍

mahabharatanews

ମା’ କାଳିକା ଭାଗବତ ପ୍ରତିଯୋଗିତା ଉଦଯାପିତ

mahabharatanews

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

Leave a Comment