ଓଡିଶା

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

(ମହାଭାରତ, ବସ୍ତା): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କରୁଆ ଗଦାଧର କର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି । ଏହି ଅବସରରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି, ଅଭିଭାବକ, ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବିଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳା ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ ସରୋଜିନି ଘୋଷ, ସମାଜ ପାଳ, ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ବିଶ୍ୱାଳ ଯୋଗ ଦେଇଥିଲେ । ସ୍କୁଲଟି ଖୁବ କମ ସମୟ ମଧ୍ୟରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଛି । ଏହା କେବଳ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ସ୍କୁଲର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ପୋଷାକକୁ ଅତିଥିମାନଙ୍କ ଦ୍ୱାରା ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଥିଲେ ।

Related posts

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲା

mahabharatanews

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

mahabharatanews

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା ଉଦ୍ୟମ

mahabharatanews