ଗୋପ: ପୁରୀ ଜିଲ୍ଲା ନିମାପଡା ଦୋଳବେଦୀ ଛକ ଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କୃଷକ ନେତା ତଥା ନିମାପଡା – କାକଟପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ କମ୍ରେଡ ସ୍ୱର୍ଗତ ମୋହନ ଦାଶଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଉତ୍ସବ ପାଳିତ ହୋଇଯାଇଛି । ମୋହନ ଦାଶ ସ୍ମୁତି କମିଟିର ସଂପାଦକ ସନ୍ତୋଷ ଦାଶଙ୍କ ସଭାପତିତ୍ୱରେ ଅ ।ୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ସ୍ୱର୍ଗତ ଦାଶ ସ୍ୱାଧୀନତା ଓ ·ଷୀ ଅ ।ନ୍ଦୋଳନର ଜଣେ କର୍ଣ୍ଣଧାର ସାଜିଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମ୍ରେଡ୍ ଦେବେନ୍ଦ୍ର ସାହୁ, ପୂର୍ବତନ ବିଇଓ ଅନିଲ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଜୀବନୀ ଉପରେ ଅ ।ଲୋକପାତ କରିଥିଲେ ।
previous post
