(ମହାଭାରତ ): ଏବେ ଚାଲିଛି ବିବାହ ଋିତୁ । ବାହାଘର ପରେ ହନିମୁନ ପାଇଁ ପ୍ଲାନ ତ ନିଶ୍ଚିୟ କରିଥିବେ । କେଉଁ ଯାଗାକୁୁ ଯିବେ , କେଉଁ ସ୍ଥାନ ବେଶ ରୋମାଣ୍ଟିକ୍ ରହିବ ସେ ନେଇ ମନରେ କେତେ ପ୍ରକାର କଥା ଆସୁଥିବ । ତେଣୁ କରି ଆପଣ ଏତେ କନଫ୍ୟୁଜନ ନ ହୋଇ ରୋମାଣ୍ଟିକ ସ୍ଥାନ ବାଛନ୍ତୁ ଏବଂ କୌଣସି ଆଡ଼ଭେନଚର ଟ୍ରିପ ପାଇଁ ପ୍ଲାନ କରନ୍ତୁ । ଯଦି ଏହା ସମ୍ଭବ ହେଉନାହିଁ ତେବେ କୌଣସି ସମୁନ୍ଦ୍ର କୂଳ ଏବଂ ବରଫା ବୃତ ପାହାଡ଼କୁ ଯାଆନ୍ତୁ କାରଣ ସାଥୀଙ୍କ ସହିତ ନୂଆ ଜୀବନର ଆରମ୍ଭ ପାଇଁ କିଛି ଖାସ ସ୍ଥାନର ଆବଶ୍ୟକତା ରହିଛି ।
ଆପଣଙ୍କୁ ସ୍ଥାନ ଚୟନ ନେଇ ଚିନ୍ତାର କରିବାର ଆବଶ୍ୟକତା ନାହିଁ । ଦୁନିଆରେ ଅନେକ ସୁନ୍ଦର ସ୍ଥାନ ରହିଛି । ଆମେ ଆପଣଙ୍କୁ ସେହି ସବୁ ସ୍ଥାନ ସଂପର୍କରେ ଅବଗତ କରାଇବୁ ଯେଉଁ ସ୍ଥାନରୁ ଆପଣ ଫରିବେ ପରେ ଜୀବନରେ କିଛି ଖାସ ଅନୁଭବ କରିବେ ।
ଟସ୍କନି: ରୋମାନ୍ସର କଥା ଆସିଲା ଇଟାଲି ସହରର କଥା ମନକୁ ଆସେ । କାରଣ ବର୍ତମାନ ପ୍ରେମୀ ଯୁଗଳ ବାହାଘର ଠାରୁ ଆରମ୍ଭ କରି ହନିମୁନ ପାଇଁ ଏହି ସ୍ଥାନର ପ୍ରଥମ ଚୟନ କରୁଛନ୍ତି । ଏଠାରେ ଥିବା ସୁନ୍ଦର ଲ୍ୟାଣ୍ଡସ୍କେପ ସମତେ ଶାନଦାର କିଲ୍ଳା ସମସ୍ତଙ୍କୁ ବେଶ ଆର୍କର୍ଷିତ କରିଥାଏ । ଯାହାକି ଆପଣଙ୍କ ହନିମୁନକୁ ସ୍ମରଣୀୟ କରିବ । ଏହି ସ୍ଥାନକୁ ଯିବାର ଉପଯୁକ୍ତ ସମୟ ଏପ୍ରିଲରୁ ଜୁନ ଏବଂ ସେପଟେମ୍ବର ରୁ ଅକ୍ଟୋବର ।
ସାଣ୍ଟୋରିନି
ଏଠାର ପରିବେଶ ସଂପୂର୍ଣ୍ଣ ଭିନ୍ନ । ନୀଳ ଏବଂ ଧଳା ରଙ୍ଗର ମିଶ୍ରଣ ଏଠାରେ ଦେଖିବାକୁଚ ମିଳେ । ଏହା ସର୍ବଦା ହନିମୁନ ପାଇଁ ବେଷ୍ଟ ପ୍ଲେସ ହୋଇଥାଏ । ସାଣ୍ଟୋରିନି ବେଶ ରୋମାଣ୍ଟିକ ସ୍ଥାନ ।
ଯେଉଁ ଦମ୍ପତ୍ତିଙ୍କୁ ରୋମାଣ୍ଟିକ ସହର ଗ୍ରୀକରେ ଛୁଟି ଯିବାକୁ ଉଚ୍ଛା ରଖିଛଥିବେ ସେମାନେ ଏହି ସ୍ଥାନରେ ଗ୍ରୀକର ମଜା ପାଇବେ । ଏଠାକୁ ଯିବାର ଠିକ ସମୟ ହେଉଛି ଏପ୍ରିଲ ଠାରୁ ନଭେମ୍ବର । ଏଠାରେ ଆପଣ ୱାଇନେରୀ ଟୁର, ହେଲିକ୍ୟାପଟର ଟୁରର ମଜା ନେଇପାରିବେ ।
ଦ ବହମାସ
ନୀଳ ସାଗର ଏଠାର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଅତିଥିସଂସ୍କାର ପାଇଁ ଏହି ସ୍ଥାନ ବେଶ ଲୋକପ୍ରିୟତା ହାସଲ କରିଛି । ଏଠାରେ ଆଇଲାଣ୍ଡ ,ପିଗ ବିଚ , ପାରାଡ଼ାଇଜ ଆଇଲାଣ୍ଡ,ଆର୍ଟଲାଟିସ ଏହି ସ୍ଥାନକୁ ନିଶ୍ଚୟ ବୁଲନ୍ତୁ ।
ଫିଜି
ଯଦି ଆପଣ ଆଇଲାଣ୍ଡ ଯିବାକୁ ଇଚ୍ଛା ରଖିଛନ୍ତି ତେବେ ଏହି ଫିଜି ସ୍ଥାନ ଆପଣଙ୍କ ପାଇଁ ବେଷ୍ଟ ରହିବ ।ଏଠାରେ ଥିବା ସୁନ୍ଦର ରିଜୋଟ୍ , ଅନୁଠେ ଗାଁ, ଡ଼ାଇଭିଙ୍ଗ ଲଏ ଏବଂ ଏଠାରେ ଅତିଥି ସଂସ୍କାର ଆପଣ ନିଶ୍ଚୟ ପସନ୍ଦ ଆସିବ । ଏଠାକୁ ଯିବାକୁ ଚାହୁଁଥିଲେ ଏପ୍ରିଲ ରୁ ଡ଼ିସେମ୍ବର ଭିତରେ ପ୍ଳାନ କରନ୍ତୁ ।