ଓଡିଶା

ହିଞ୍ଜିଳିକାଟୁରେ ରାମନବମୀ ପାଇଁ ପ୍ରସ୍ତୁତି ବୈଠକ

(ମହାଭାରତ, ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ମା ଶ୍ୱାମଳାଇ ପୀଠରେ ବଜରଙ୍ଗ ଦଳ ତରଫରୁ ଆସନ୍ତା ରାମନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀକୁ ସହରରେ ଆଧ୍ୟାତ୍ମିକ ଭାବେ ପାଳନ କରିବା ନେଇ ଆଲୋଚନା ହୋଇଥିଲା । ଏହି ଉତ୍ସବରେ ସାମିଲ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକ ଶେଷରେ ଜିଲ୍ଲା ସୁରକ୍ଷା ପ୍ରମୁଖ କୃଷ୍ଣଚନ୍ଦ୍ର ଦାସ ଦଳର ବିଭିନ୍ନ ସଦସ୍ୟଙ୍କୁ ଏଥିପାଇଁ ଦାୟିତ୍ୱ ପ୍ରଦାନ କରିଥିଲେ । ବଜରଙ୍ଗ ଦଳର ହିଞ୍ଜିଳିକାଟୁ ପ୍ରଖଣ୍ଡ ସଂଯୋଜକ କିଶୋରଚନ୍ଦ୍ର ବିଶୋଇ, ସହ ସଂଯୋଜକ କାହ୍ନୁଚରଣ ବିଶ୍ୱାଳ ଓ ଜଗନ୍ନାଥ ଜେନାଙ୍କୁ ରାମନବମୀ ଉତ୍ସବର ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଅମ୍ବିକା ଦାସ, ପ୍ରାନ୍ତ ମିଲନ କେନ୍ଦ୍ର ପ୍ରମୁଖ ସଂଯୋଜକ ଗୌତମ ମହାରଣା, ଗଞ୍ଜାମ ଜିଲ୍ଲା ସଂଯୋଜକ ନୀଳାଞ୍ଚଳ ବିଶୋୟୀ, ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ରାଜୀବ ଖାଡେଙ୍ଗା ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ମା ଶ୍ୟାମଳାଇ ପୀଠରେ ବଜରଙ୍ଗ ଦଳର ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ନୂତନ ଦାୟିତ୍ୱ ଘୋଷଣା ସହ ରାମ ନବମୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆଗରୁ ଆସୁଥିବା ମର୍ୟ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜୟନ୍ତୀକୁ ସହରରେ ଆଧ୍ୟାତ୍ମିକ ଭାବରେ ପାଳନ କରିବା ସହିତ ରାମପ୍ରେମୀ ମାନଙ୍କୁ ବିଚାରରେ ଯୋଡିବା ପାଇଁ ଆଲୋଚନା ହୋଇଥିଲା।ପରିଶେଷରେ ଜିଲ୍ଲା ସୁରକ୍ଷା ପ୍ରମୁଖ କୃଷ୍ଣଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ପ୍ରଖଣ୍ଡ ସଂଯୋଜକ କିଶୋରଚନ୍ଦ୍ର ବିଶୋଇ,ସହ ସଂଯୋଜକ କାହ୍ନୁଚରଣ ବିଶ୍ବାଳ ଓ ଜଗନ୍ନାଥ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।ବୈଠକରେ ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଅମ୍ବିକା ଦାସ,ପ୍ରାନ୍ତ ମିଲନକେନ୍ଦ୍ର ପ୍ରମୁଖ ସୁଶାନ୍ତ ବେହେରା,ଗଂଜାମ ବିଭାଗ ସଂଯୋଜକ ଗୌତମ ମହାରଣା,ଗଞ୍ଜାମ ଜିଲ୍ଲା ସଂଯୋଜକ ନିଳାଞ୍ଚଳ ବିଷୋୟୀ,ଗଂଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସହ ସମ୍ପାଦକ ରାଜୀବ ଖାଡେଙ୍ଗା,ହର ସ୍ୱାଇଁ,ନାରାୟଣ ବିଷୋୟୀ,ସିଲୁ ଆଚାରୀ ସମେତ ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related posts

ବିଗୁଡୁଛି ସ୍ଥିତି: ରାଜ୍ୟରେ ଦିନକରେ ୫୬୧ କରୋନା ପଜିଟିଭ ଚିହ୍ନଟ

mahabharatanews

ମୁଣ୍ଡୁଳିରେ ଆଜି କମିପାରେ ଜଳସ୍ତର 

mahabharatanews

ସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତ

mahabharatanews

Leave a Comment