(ଲକ୍ଷେ୍ନø): ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ରବିବାର ସକାଳେ ହତ୍ୟା କରାଯାଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøର ହଜରତଗଞ୍ଜ ଅଞ୍ଚଳରେ ଆତତାୟୀ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରିଛନ୍ତି । ଜଣେ କଟ୍ଟର ହିନ୍ଦୁବାଦୀ ନେତା ଭାବେ ତାଙ୍କର ପ୍ରଭାବ ରହିଥିବା ବେଳେ ତାଙ୍କୁ ଏଭଳି ହତ୍ୟା କରାଯିବା ନେଇ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ରଞ୍ଜିତ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଛି । ଗୁଳିଟି ତାଙ୍କ ମୁଣ୍ଡରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ରଞ୍ଜିତ ବଚ୍ଚନ ଗୋରଖପୁରର ମୂଳ ବାସିନ୍ଦା ହୋଇଥିବା ବେଳେ ହଜରତଗଞ୍ଜର ଓସିଆର କୋଠାରେ ରହୁଥିଲେ । ସେ ସମାଜବାଦୀ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିଲେ । ତେବେ ଏହି ହିନ୍ଦୁବାଦୀ ନେତାଙ୍କ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ୟୁପି କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ରାଜ୍ୟରେ ଲଗାତାର ହତ୍ୟା ଏବଂ ଲୁଟ ଭଳି ଘଟଣା ଘଟୁଛି । କିନ୍ତୁ ସରକାର ନିରବ ଅଛନ୍ତି । ଏବେ ୟୁପି ହତ୍ୟା ପାଇଁ ପରିଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ବିଗତ ୫ ମାସ ଭିତରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର ହୋଇଛନ୍ତି । ଏହା ପୂର୍ବରୁ ୨୦୧୯ ଅକ୍ଟୋବର ୧୮ରେ ହିନ୍ଦୁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ହତ୍ୟା କରାଯାଇଥିଲା ।
previous post