Uncategorized

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

(ମହାଭାରତ, ମନାଲୀ): ହିିମାଚଳ ପ୍ରଦେଶରେ ଗତ ଦୁଇ ଦିନ ଧରି ପ୍ରବଳ ବରଫପାତ ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି । ମନାଲିରେ ମଙ୍ଗଳବାର ଓ ବୁଧବାର ହୋଇଥିବା ପ୍ରବଳ ବରଫପାତ ଯୋଗୁ ଅନେକ ରାସ୍ତାଘାଟ ବରଫଚାଦର ତଳେ ଢାଙ୍କି ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୨ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ୪୮ ଘଣ୍ଟା ଧରି ରାଜ୍ୟର ଅଧା ଅଞ୍ଚଳରେ ହ୍ୱାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ଶିମଲା, ମନାଲୀ, କୁଲୁ, ଚମ୍ବା, ମଣ୍ଡି ସମେତ ବହୁ ଅଞ୍ଚଳ ବିଛିନ୍ନ ହୋଇପଡିଛି । ପରିବହନ, ବିଦ୍ୟୁତ ଏବଂ ପାନୀୟଜଳ ସେବା ଠପ୍ ହୋଇଯାଇଛି । ପ୍ରବଳ ବରଫପାତ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡି ଟ୍ରାନ୍ସଫର୍ମର ପୋଡିଯାଇଛି । ପାଇପ ପାଣି ବରଫ ପାଲଟି ଯିବାରୁ ଲୋକଙ୍କ ନିକଟରେ ପାନୀୟଜଳ ପହଞ୍ଚି ପାରୁନାହିଁ । ଗୁରୁବାର ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୧୦୩୪ଟି ରାସ୍ତା ବନ୍ଦ ରହିଥିଲା । ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ ଜାରି ରହିଛି । ନିକଟରେ ଏଠାରେ ସର୍ବନିମ୍ନ ତାପମାତ୍ରା ମାଇନସ ୭.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହା ଚଳିତ ଋତୁର ସବୁଠାରୁ କମ୍ ତାପମାତ୍ରା ବୋଲି ଜଣାପଡିଛି । ପ୍ରବଳ ଥଣ୍ଡା ଯୋଗୁଁ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ବରଫରେ ଖସିପଡି ଅନ୍ୟ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । କିଛି ସ୍ଥାନରେ ବରଫ ଧସିବା ନେଇ ସତର୍କତା ଜାରି କରିଛି ।

Related posts

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

mahabharatanews

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

mahabharatanews

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews

Leave a Comment