(ମହାଭାରତ): ରଙ୍ଗର ପର୍ବ ହୋଲି । ଏହିଦିନକୁ ସମସ୍ତେ ରଙ୍ଗ ଖେଳି ମନଭରି ଉପଭୋଗ କରନ୍ତି । ବଜାରରେ ମିଳୁଥିବା ରସାୟନିକଯୁକ୍ତ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ । କିନ୍ତୁ ଅବୀର ବା ପ୍ରାକୃତିକ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଲାଭ ଦେଇଥାଏ । କିନ୍ତୁ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି ସମସ୍ତଙ୍କର ଧାରଣା ରହିଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ହୋଲି ରଙ୍ଗର ମହତ୍ତ୍ୱ ବିଜ୍ଞାନରେ କିନ୍ତୁ ଅଲଗା ରହିଛି । ଏହାକୁ ‘କଲର ଥେରାପି’ ନାମରେ ଜଣାଶୁଣା । ଏହାକୁ ପ୍ରାଚୀନ ଯୁଗରେ ଲୋକମାନେ ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ । ଅଲଗା ଅଲଗା ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ । ଏହାସହିତ ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ବୁଷ୍ଟ କରିଥାଏ । ଆସନ୍ତୁ ଜାଣିବା କେଉଁ ରଙ୍ଗ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ।
ନୀଳ ରଙ୍ଗ: ଏହି ରଙ୍ଗ ବହୁତ ଥଣ୍ଡା ହୋଇଥାଏ । ଯାହା ହାଇବ୍ଲଡପ୍ରେସରକୁ କମ୍ କରିବାରେ ସହାୟକ ହୋଇଥାଏ । କଲର ଥେରାପୀରେ ଏହାର ବ୍ୟବହାର ମୁଣ୍ଡବିନ୍ଧା,ଫୁଲିବା,ଥଣ୍ଡା ଏବଂ କାଶର ଉପଚାର ପାଇଁ ବ୍ୟବହାର କରାଯାଏ ।
ନାରଙ୍ଗୀ:
ନାରଙ୍ଗୀ ରଙ୍ଗ ଉତ୍ସାହ ବଢାଇବା ସହିତ ଫୁସଫସକୁ ମଜବୁତ କରିଥାଏ । ଏଥିପାଇଁ ନରଙ୍ଗୀ ରଙ୍ଗ ଆଜମା, ବ୍ରୋଙ୍କାଇଟସ୍ ଏବଂ କିଡନୀ ସଂକ୍ରମଣଜନିତ ରୋଗ ପାଇଁ ଉପଯୋଗୀ ହୋଇଥାଏ ।
ନାଲି ରଙ୍ଗ:
ଏହି ରଙ୍ଗ ଗରମ ପ୍ରକୃତିର ହୋଇଥାଏ । ଏହାର ବ୍ୟବହାର ଯନ୍ତ୍ରଣା ଦୂର କରିବା ପାଇଁ ବ୍ୟବହାର କରାଯାଏ । ଏହା ଏଣ୍ଡ୍ରିନୋଲିନ ହରମୋନକୁ ବଢାଇଥାଏ । ଯାହା ଅନିଦ୍ରା,ଦୁର୍ବଳତା ଏବଂ ରକ୍ତ ସହିତ ଜଡିତ ରୋଗରୁ ବଞ୍ଚାଇଥାଏ । ଏହି ରଙ୍ଗ ଯୋଗୁଁ ହରମୋନ ସନ୍ତୁଳିତ ରହିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।
ହଳଦିଆ ରଙ୍ଗ:
ଏହି ରଙ୍ଗ ମାନସିକ ଉତ୍ତେଜନା ସହିତ ନର୍ଭସ ସିଷ୍ଟମକୁ ମଜବୁତ କରିଥାଏ । ଯାହା ପେଟ ଏବଂ ତ୍ୱଚା ସହିତ ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ । ଯଦି ଆପଣଙ୍କ ପେଟ ଖରାପ ହେବା ଏବଂ କୁଣ୍ଡାଇହେବା ସମସ୍ୟାରୁ ମୁକ୍ତି ଦେଇଥାଏ ।
