ଓଡିଶା

ୟୁକୋ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ମହାଭାରତ, ପୁରୀ: ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଥିବା ଗ୍ରାମ୍ୟ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ପରିସରରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ଓ ଅନ୍ୟ ବ୍ୟାଙ୍କର ସହଯୋଗରେ ଗ୍ରାମୀଣ ମହିଳାଙ୍କୁ ନେଇ ଏକ ଦକ୍ଷତା ବିକାଶ ପାଇଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ଯୋଗଦେଇ ଅତିଥିମାନେ ଗ୍ରାମାଞ୍ଚଳରେ ରହିଯାଉଥିବା ମହିଳାମାନେ କିପରି ସେମାନଙ୍କର ଆର୍ଥିକ ବିକାଶ କରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଗ୍ରାମୃ କୃଷି ବିକାଶ ପରିଷଦର ସଭାପତି ଡ ଭୁବନା ନନ୍ଦ ସ୍ୱାଇଁ ଅନୁଷ୍ଠିତ ଅଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସମ।।ଜସେବୀ ଚକ୍ରଧର ମହାପାତ, ସମ୍ମାନୀତ ଅତିଥି ଭାବେ କଳ୍ପନା ପରିଡା ଆକ।।ଶବାଣୀ ପୁରୀ ଯୋଗଦେଇ ଆଜିର ଦିନରେ ମହିଳାମାନେ ଆଗେଇ ଆସିବା ସହିତ ବିଭିନ୍ନ କାଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଗୋଲବ ମହାପାତ୍ର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ପ୍ରଯୋଜକ, ସୀତାମଣୀ ଦେବୀ ଘୋଷିକା, ପୁରୀ ଏଫଏଇ ସିର ମୁଖ୍ୟ ଭୁବନ ମୋହନ ବସ୍ତିଆ, ୟୁକୋ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ପ୍ରତିଭ।। ସାହୁ ପ୍ରମୁଖ ଯୋଗଦେଇ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରୋତ୍ସାହିତ କରିଥିଲେ ।

Related posts

ସୃଷ୍ଟି ହେଲା ଲଘୁଚାପ, ଆର୍ଲଟ ଜାରି

mahabharatanews

ଜାତୀୟ ରାଜପଥ ପାଇଁ ୧୫୩୯ କୋଟି ଟଙ୍କା…

mahabharatanews

୬ରୁ ପୁଣି ଭିଜିବ ସାରା ରାଜ୍ଯ

mahabharatanews

Leave a Comment