Uncategorized

ୟୁକ୍ରେନ ବିମାନ ଦୁର୍ଘଟଣା ଅନ୍ତର୍ଜାତୀୟ କାର୍ଯ୍ୟ ନୁହେଁ: ମୋରିସନ

କ୍ୟାମ୍ବେରା: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ତୀକ୍ତାତା ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଶୁକ୍ରବାର କହିଛନ୍ତି, ତେହର।।ନରେ ୟୁକ୍ରେନ ବିମାନ ଦୁର୍ଘଟଣା କୌଣସି ଅନ୍ତରାଷ୍ଟ୍ରୀୟ କାର୍ଯ୍ୟ ନୁହେଁ । ଇରାନ ଓ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ତୀକ୍ତତା ଓ ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ତେହରାନରେ ବୋଇଂ ବିମାନ ୭୩୭ ଦୁର୍ଘଟଣ।।ରେ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣା ଉପରେ ମୋରିସନ ଅଷ୍ଟ୍ରେଲିଆରେ ଏହା କହିଛନ୍ତି ।

ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଦେଉ କହିଥିଲେ, ଇରାନ ଆକାଶରେ ୟୁକ୍ରେନ ବିମାନର ଦୁର୍ଘଟଣା ହୁଏତ ଆନ୍ତର୍ଜାତିକ ବ୍ୟାପାର ହୋଇ ନ ଥିବ । ଆମର ବିଭିନ୍ନ ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଇରାନର ଏକ ଏୟାର ମିସାଇଲ ଦ୍ୱାରା ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା କୌଣସି ଅନ୍ତରାଷ୍ଟ୍ରୀୟ ବ୍ୟାପାର ନୁହେଁ । ଏହାରି ମଧ୍ୟରେ ୟୁକ୍ରେନ ପକ୍ଷରୁ ବିମାନ ଦୁର୍ଘଟଣାକୁ ନେଇ ଯାଞ୍ଚ ଆରମ୍ମ ହୋଇଛି । ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ବିମାନ ଦୁର୍ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ହେଉଛି । ଏଥିରେ ମିଜାଇଲ ଆକ୍ରମଣ ସହ ଆତଙ୍କୀ ଆକ୍ରମଣକୁ ତଦନ୍ତଭୁକ୍ତ କରିଛି ।

ୟୁକ୍ରେନ ବିମାନ ଦୁର୍ଘଟଣା ସେହି ଦିନ ହୋଇଛି, ଯେଉଁଦିନ ଇରାନ ବାଗଦାଦରେ ଥିବା ୟୁଏସ ଦୂତାବାସକୁ ଟାର୍ଗେଟ କରି ମିଜାଇଲ ମାଡ କରିଥିଲା ।

Related posts

ଇଟାଲୀରୁ ଫେରିଲେ ୨୬୩ ଭାରତୀୟ

mahabharatanews

ବାଲକୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

mahabharatanews

ସାବଧାନ: ଲକ୍ଷଣ ବଦଳାଇଛି କରୋନା

mahabharatanews

Leave a Comment