ଓଡିଶା

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

ମହାଭାରତ, ବ୍ରହ୍ମପୁର: ଠିକ୍ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ୍ । ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ ଛାଡ଼ି ଦେଇଛି ।
ସୂଚନାନୁସାରେ, ଆଜି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାର ନିୟମ ରହିଥିଲା । ମାତ୍ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଧଳା ଡ୍ରେସ୍ ଓ କଳା ଲେଗିଙ୍ଗସ ପ୍ୟାଣ୍ଟ ପିନ୍ଧି ଆସିଥିଲେ । ଯାହାକୁ ସ୍କୁଲର ଶିକ୍ଷୟିତ୍ରୀ ପୁଷ୍ପଲତା ବିରୋଧ କରିଥିଲେ । ଏପରିକି ଛାତ୍ରୀଙ୍କୁ ନେଇ ଲେଗିଙ୍ଗସ୍ଟିକୁ ଖୋଲି ଦେଇଥିଲେ । ଯାହାକୁ ନେଇ ଛାତ୍ରୀ ଜଣକ ମାନସିକ ଭାବେ ଆଘାତ ପାଇଥିଲେ । ପରେ କାନ୍ଦି କାନ୍ଦି ବାପାଙ୍କୁ ପୂରା ଘଟଣା କହିଥିଲେ । ଏକଥା ଶୁଣିବା ପରେ ଛାତ୍ରୀଙ୍କ ବାପା ଉତ୍କ୍ଷିପ୍ତ ହୋଇ ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ । ତା’ପରେ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ନେଇ ଲେଗିଙ୍ଗସ ଖୋଲିଥିବା ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କୁ ଥାନାକୁ ଡାକି ଜେରା କରିଥିଲା । ସ୍କୁଲର ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷ ଘଟଣାକୁ ମଧ୍ୟ ସ୍ୱୀକାର କରିବା ସହିତ ଏପରି କେବେ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ସେମାନେ ପୁଲିସ ପାଖରେ ସ୍ୱୀକାରନାମା ଲେଖି ଦେଇଥିବା ଜଣାପଡ଼ିଛି ।

Related posts

ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ

mahabharatanews

ଆଜିଠାରୁ ରଥ ଭଙ୍ଗା କାମ ଆରମ୍ଭ

mahabharatanews

ରଥ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଆବେଦନ

mahabharatanews

Leave a Comment