Uncategorized

୧୧୭ ବର୍ଷ ପରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଶୀତ ରେକର୍ଡ କରିଛି । ଆଜି ସକାଳୁ ଲୋଧୀ ରୋଡର ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ୧୯୦୧ ପରେ ଦିଲ୍ଲୀ- ଏନସିଆରର ତାପମାତ୍ରା ସବୁଠାରୁ କମ ଥିବା ରେକର୍ଡ ହୋଇଛି ।

ଶୁକ୍ରବାର ଦିଲ୍ଲୀ ସଫଦର ଜଙ୍ଗର ତାପମାତ୍ରା ୨.୪ ଡିଗ୍ରୀ ଥିବା ବେଳେ ପାଲାମରେ ୩.୧ ଡିଗ୍ରୀ, ଆୟାନ ନଗରରେ ୧.୯ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ବିଭାଗ ଅନୁଯାୟୀ, ଡିମ୍ବେର ୩୦ ୨୦୧୩ରେ ଦିଲ୍ଲୀ ସଫଦରଜଙ୍ଗର ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଡିସେମ୍ବର ୧୧ ୧୯୯୬ରେ ତାପମାତ୍ର ୨.୩ ଡିଗ୍ରୀ ସେଲସିୟସ ହୋଇଥିଲା । ତେବେ ସମସ୍ତ ରେକର୍ଡକୁ ଚଳିତ ଶୀତ ଭାଙ୍ଗା ଦେଇଛି । ଗତ ୧୪ ଦିନ ଧରି ଦିଲ୍ଲୀରେ ହାଡଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଆଗକୁ ଆହୁରି ଶୀତ ହେବ ବୋଲି ଅନୁମାନ କରାଯାଉଛି । ଡିସେମ୍ବର ୩୦ ଯାଏ ପ୍ରଦୂଷଣସ୍ତର ଗମ୍ଭୀର ରହିବ । ୩୧ ଡିସେମ୍ବର ପବନ ବହିବ । ତେଣୁ ପ୍ରଦୂଷଣର ସ୍ତର କମିପାରେ ବୋଲି ଆକଳନ କରାଯାଇଛି । ଯେଉଁଥିରେ ଦିଲ୍ଲୀର ଏକ୍ୟୁଆଇ ୩୭୨, ଫରିଦାବାଦର ୩୯୨, ଗାଜିଆବାଦର ୩୮୪, ଗ୍ରେଟର ନୋଏଡାର ୩୮୨ ଓ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୨୯୨ ରହିଛି ।

Related posts

କୋରୋନା: ଇରାନକୁ ଆମେରିକାର ଧମକ

mahabharatanews

ମୋଦି, ଗଡସେଙ୍କ ବିଚାରଧାରା ସମାନ: ରାହୁଲ

mahabharatanews

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

mahabharatanews

Leave a Comment