Uncategorized

୧୧ ମାସ ତାଲିମ ନେବେ ‘ଗଗନଯାନ’ ମହାକାଶଚାରୀ

(ନୂଆଦିଲ୍ଲୀ): ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ଏହି ପ୍ରଶିକ୍ଷଣ ଜାନୁଆରୀ ୩ୟ ସପ୍ତାହରୁ ଆରମ୍ଭ ହେବାର ଅନୁମାନ କରାଯାଉଛି । କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଡ଼. ଜିତେନ୍ଦ୍ର ସିଂ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗଗନଯାନ ମିଶନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ଋଷରେ ହେବ । ଏଥିପାଇଁ ୪ ଜଣ ମହାକାଶଚାରୀଙ୍କୁ ବଛା ଯାଇଛି । ଏମାନେ ୧୧ ମାସ ଧରି ଟ୍ରେନିଂ ନେବେ । କିନ୍ତୁ ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ତେବେ ଋଷିଆରେ ତାଲିମ ନେବା ପରେ ମହାକାଶଚାରୀମାନେ ଭାରତରେ ଇସ୍ରୋ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ମଡ୍ୟୁଲ ସମ୍ପର୍କରେ ଟ୍ରେନିଂ ନେବେ । ଭାରତର ସବୁଠାରୁ ଭାରୀ ମହାକାଶ ଉତ୍କ୍ଷେପଣ ଯାନ ବାହୁବଳୀ ଜିଏଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ଯାତ୍ରା କରିବେ ବୋଲି ଇସ୍ରୋ ସୂତରୁ ସୂଚନା ମିଳିଛି । ସୂଚନାଯେଗ୍ୟ, ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରି ସାରିଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରିଥିଲେ ।

Related posts

ଆସାମରେ ମଧ୍ୟମ ଧରଣର ଭୂକମ୍ପ

mahabharatanews

ବିଜେପିର ୪୦ତମ ସ୍ଥାପନା ଦିବସ

mahabharatanews

ଜାଣନ୍ତୁ କାହିଁକି ପାଳିତ ହେଉଛି,କ’ଣ ରହିଛି ମହାତ୍ମ୍ୟ?

mahabharatanews

Leave a Comment