Uncategorized

୧୭ରୁ ହାଇଦ୍ରାବାଦରେ ବାଇଓ ଏସିଆ ଫେଷ୍ଟିଭାଲ

(ମହାଭାରତ, ହାଇଦ୍ରାବାଦ): ଆସନ୍ତା ଫେବୃଆରୀ ୧୭ ତାରିଖରୁ ହାଇଦ୍ରାବାଦ ଠାରେ ବାଇଓ ଏସିଆ ଫେଷ୍ଟିଭାଲ ୨୦୨୦ ଅନୁଷ୍ଠିତ ହେବ । ବାଇଓ ଟେକ୍ନୋଲୋଜି ଓ ଲାଇଫ ସାଇନ୍ସକୁ ନେଇ ଏହା ଏସିଆର ସର୍ବବୃହତ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ୩୭ଟି ଦେଶର ପ୍ରାୟ ୨୦୦୦ ପ୍ରତିନିଧି ଭାଗ ନେବେ । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ତେଲେଙ୍ଗାନା ଶିଳ୍ପମନ୍ତ୍ରୀ କେଟି ରାମା ରାଓ ଏଥିରେ ଯୋଗ ଦେଇ ଅନ୍ତର୍ଜାତୀୟ ଜୀବ ବିଜ୍ଞାନକୁ ନେଇ ବିଭିନ୍ନ ବିଷୟରେ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଏହି ଫେଷ୍ଟିଭାଲରେ ଏସିଆର ଅନ୍ତର୍ଜାତୀୟ ଶିଳ୍ପପତି, ଗବେଶକ, ନିବେଶକ ଓ ଉଦ୍ଭାବକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବାଇଓ ଏସିଆ କାର୍ଯ୍ୟକ୍ରମରେ ସୁଇଜରଲ୍ୟାଣ୍ଡ ପାର୍ଟନର ଭାବେ ଯୋଗ ଦେବ । ଶିଳ୍ପ, ଶିକ୍ଷା ଓ ଷ୍ଟାଟ୍ ଅପ୍ ଆଦି କ୍ଷେତ୍ରର ଏହି ଦେଶର ୪୦ ଜଣ ପ୍ରତିନିଧିଙ୍କ ଦଳ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଏହି ଉତ୍ସବରେ ୮୦୦ଟି କମ୍ପାନୀ ସାମିଲ ହେବେ ବୋଲି ସୂଚନା ମିଳିଛି ।

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ଟଳି ପଡିଲେ

mahabharatanews

ପର୍ଣ୍ଣୋଗ୍ରାଫୀ ଉପରେ ନିୟନ୍ତ୍ରଣ ପାଇଁ ସଂଗଠିତ ହେବାକୁ ହେବ: ରବି ଶଙ୍କର

mahabharatanews

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୦୯୧

mahabharatanews

Leave a Comment