ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଦୁଇ ମାମଲା ଆଜି ସାମ୍ନାକୁ ଆସିବା ପରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲେଙ୍ଗାନାର । ଉଭୟଙ୍କ ପରୀକ୍ଷା ପରେ ଉଭୟଙ୍କଠାରେ କୋରୋନା ଭୂତାଣୁ ମିଳିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ସାମ୍ବାଦିକଙ୍କୁ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି କି, ଦିଲ୍ଲୀ ଓ ତେଲେଙ୍ଗାନାରେ ଦୁଇଟି କୋରୋନା ସଂକମଣ ମାମଲା ମିଳିଛି । ସେମାନେ ଦୁବାଇ ଓ ଇଟାଲିକୁ ଯାତ୍ରା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି ।
ସେ ଆହୁରି କହିଛନ୍ତି, ଆମେ ଏହାର ଚିକିତ୍ସା ଉପରେ ପୂର୍ବରୁ ହିଁ ପ୍ରସ୍ତୁତ ରହିଛି ଓ ଅନ୍ୟ ଦେଶ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛୁ । ଏହାକୁ ନେଇ ଆମେ ଆଷଲାଚନା ଚଳାଇଛୁ ଓ ଯଦି ଆବଶ୍ୟକ ହୁଏ ଆମ ନିଷ୍ପତ୍ତି ଉପରେ ପରିବର୍ତ୍ତନ ଆଣାଯିବ । ଯଦି ସ୍ଥିତିରେ ଅଭିବୃଦ୍ଧି ଘଟେ ତେବେ ଅନ୍ୟ ଦେଶକୁ ଯାତ୍ରା ଉପରେ ଲଗାଯାଇଥବବା କଟକଣାର ବୃଦ୍ଧି କରାଯିବ । ୨୧ଟି ବିମାନ ବନ୍ଦର, ୧୨ଟି ସାମୁଦ୍ରିକ ବନ୍ଦର ଓ ୬୫ଟି ଛୋଟ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ ଚାଲିଛି । ଏପର୍ଯ୍ୟନ୍ତ ୫,୫୭,୪୩୧ ଜଣ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଥିବା ବେଳେ ୧୨,୪୩୧ ଜଣ ଯାତ୍ରୀଙ୍କ ସ୍କ୍ରିନିଂ ଛୋଟ ବଡ ସାମୁଦ୍ରିକ ବନ୍ଦରରେ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଯାତ୍ରା ନିର୍ଦ୍ଦେଶନାମାରେ ଚୀନ, ଇରାନ, କୋରିଆ, ସିଙ୍ଗାପୁର, ଇଟାଲି ପାଇଁ ଇ ଭିସ।।କୁ ମିଶାଇ ସମସ୍ତ ଭିସାକୁ ରଦ୍ଦ କରି ଦିଆଯାଇଥିବା ସେ କହିଛନ୍ତି ।
