Uncategorized

୩ ଆଇଏସଆଇଏସ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

(ନୂଆଦିଲ୍ଲୀ): ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଦିଲ୍ଲୀର ୱଜିରାବାଦରେ ଏନକାଉଣ୍ଟର ପରେ ଏହି ତିନି ଆତଙ୍କୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ପାଖରୁ ବିପୁଳ ହତିଆର ଜବତ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ତିନି ଆତଙ୍କବାଦୀଙ୍କୁ ଜେରା କରୁଛି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଆସାମର ଗୋପାଳପାଡାରୁ ଗିରଫ କରାଯାଇଥିଲା । ପୋଲିସ କହିବାନୁଯାୟୀ, ଏହି ଆତଙ୍କୀମାନେ ରାସମେଲରେ ହେବାକୁ ଥିବା ମେଳାରୋ ପରୀକ୍ଷାମୂଳକ ଭାବେ ଆଇଡି ବ୍ଲାଷ୍ଟ କରିବାକୁ ଯୋଜନା କରୁଥିଲେ ।

Related posts

ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମିଶୁଷ୍ଟିନ ମଧ୍ୟ କରୋନା ଭାଇରସ ପଜିଟିଭ

mahabharatanews

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews

ଦେଶରେ ଦିନକରେ ୮୬ ହଜାର ୯୬୧ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews