(ନୂଆଦିଲ୍ଲୀ): ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଦିଲ୍ଲୀର ୱଜିରାବାଦରେ ଏନକାଉଣ୍ଟର ପରେ ଏହି ତିନି ଆତଙ୍କୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ପାଖରୁ ବିପୁଳ ହତିଆର ଜବତ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ତିନି ଆତଙ୍କବାଦୀଙ୍କୁ ଜେରା କରୁଛି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଆସାମର ଗୋପାଳପାଡାରୁ ଗିରଫ କରାଯାଇଥିଲା । ପୋଲିସ କହିବାନୁଯାୟୀ, ଏହି ଆତଙ୍କୀମାନେ ରାସମେଲରେ ହେବାକୁ ଥିବା ମେଳାରୋ ପରୀକ୍ଷାମୂଳକ ଭାବେ ଆଇଡି ବ୍ଲାଷ୍ଟ କରିବାକୁ ଯୋଜନା କରୁଥିଲେ ।
previous post
next post