Uncategorized

୩ ବିଚାରପତିଙ୍କୁ ପଦରୁ ହଟାଇଲେ ମାଡ୍ରାସ ହାଇକୋର୍ଟ

(ଚେନ୍ନାଇ): ତାମିଲନାଡୁରେ ୩ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମାଡ୍ରାସ ହାଇକୋର୍ଟ ସେମାନଙ୍କୁ ପଦଚ୍ୟୁତ କରିଛନ୍ତି । ଏହାଛଡା କୋର୍ଟ ଅନ୍ୟ ୮ ଜଣଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ପଦଚ୍ୟୁତ ହୋଇଥିବା ୩ ବିଚାରପତି ହେଲେ ନମକ୍କଲର ପୂର୍ବତନ ଅତିରିକ୍ତ ଜିଲା ଜଜ୍ ଏସ. ମମ୍ବିଝୀ, କୃଷ୍ଣାଗିରିର ପୂର୍ବତନ ଜୁଡିସିଆଲ ମାଜିଷ୍ଟ୍ରେଟ କେ. ବିଜୟ କୁମାର ଏବଂ ରାମନାଥପୁରମର ପୂର୍ବତନ ବିଚାରପତି ଟି. ପୋନପ୍ରକାଶ । ତେବେ ପ୍ରଥମ ଥର ପାଇଁ ହାଇକୋର୍ଟ ଜଣେ ଜିଲ୍ଲା ଜଜ୍ଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଅଧିନରେ ଅପରାଧିକ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁମତି ଦେଇଛନ୍ତି ।

ମାଡ୍ରାସ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନମକ୍କଲର ପୂର୍ବତନ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ବିରୋଧରେ ଅନିୟମିତତା ମାମଲା ଚାଲୁ ରହିବ । ଏକାଧିକ ଦୁର୍ନୀତି ଅଭିଯୋଗରେ ତାଙ୍କ ନାଁରେ ମାମଲାର ବିଚାର ଜାରି ରହିବ । ସେହିପରି କୃଷ୍ଣାଗିରିର ପୂର୍ବତନ ଜୁଡିସିଆଲ ମାଜିଷ୍ଟ୍ରେଟ କେ. ବିଜୟ କୁମାରଙ୍କୁ ୨୦୧୫ରେ ନିଲମ୍ବନ କରାଯାଇଥିଲା । ରାମନାଥପୁମର ତତ୍କାଳୀନ ପ୍ରିନ୍ସିପାଲ ଜଜ ଟି. ପୋନପ୍ରକାଶ ୨୦୧୭ ମସିହା ମାର୍ଚ୍ଚ ମାସରେ ୫୮ ବର୍ଷରେ ପାଦ ଦେଇଥିଲେ କିନ୍ତୁ ତାଙ୍କୁ ଅବସର ନେବାକୁ ଅନୁମତି ଦିଆଯାଇ ନଥିଲା । ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Related posts

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

୩ ବନ୍ଦୀ ଫେରାର: ତଦନ୍ତ ନିର୍ଦ୍ଦେଶ ଦେଲେ ପଞ୍ଜାମ ମୁଖ୍ୟମନ୍ତ୍ରୀ

mahabharatanews

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

mahabharatanews

Leave a Comment