ନୂଆଦିଲ୍ଲୀ: ୨୦୨୦ ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରଦାନ କରାଯାଉଥିବା ସେବା ଓ ଗାଲାଣ୍ଟ୍ରୀ ମେଡାଲ ପାଇଁ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଶନିବାର ଦିନ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ ଫର ଗାଲାଣ୍ଟ୍ରୀ (ପିପିଏମଜି) ପୁରସ୍କାରରେ ୪ ଜଣ ପୁଲିସ ଅଧିକାରୀ ପୁରସ୍କୃତ ହେବାକୁ ଥିବା ବେଳେ ପୋଲିସ ମେଡାଲ ଫର ଗାଲାଣ୍ଟ୍ରୀ (ପିଏମଜି)ରେ ୨୮୬ ଜଣ, ପ୍ରେସିଡେଣ୍ଟ୍ସ ପୋଲିସ ମେଡାଲ ଫର ଡିଷ୍ଟିଙ୍ଗୁଇସ୍ ସର୍ଭିସ ରେ ୯୩ ଓ ପୋଲିସ ମେଡାଲ ଫର ମେରିଟୋରିଅସ ସର୍ଭିିରେ ୬୫୭ ଜଣ ପୁରସ୍କୃତ ହେବେ । ପିପିଏମଜି ପୁରସ୍କାର ଏସଏସପି ଅବଦୁଲ ଜବ୍ୱାର, ଡେପୁଟି ଏସପି ହସାନ ସେଖ, ଅସିଫ ଇକବାଲ କ୍ୟୁରେସି ଓ ସ୍ୱର୍ଗତ ଉତପଲ ରବାଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯିବ ।