ଓଡିଶା

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ସ୍ଥାନୀୟ ଶେଖବାର୍ଡ ଅଞ୍ଚଳରେ ପୋଲିସ ଚଢାଉ ବେଳେ ୪୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ, ଜଳେଶ୍ୱର ଏସଡିପିଓ ଅଙ୍କିତା କୁମାରୀଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସକାଳେ ଶେଖବାଡ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ବେଳେ ଜଳେଶ୍ୱର ଶେଖବାଡ ଅଞ୍ଚଳରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ଘଟଣାସ୍ଥଳରୁ ଏକ ସ୍କୁଟି, ମୋଟର ସାଇକେଲ ଓ ମୋବାଇଲ ଫୋନ ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଶେଖବାର୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଚଢାଉ ବେଳେ ଜବତ ହୋଇଥିବା ବ୍ରାଉନସୁଗାରର ଆନୂମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ କହିଛି । ଜଳେଶ୍ୱର ପୋଲିସର ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Related posts

ସାଲେପୁରରେ ଲକଡାଉନ କଡାକଡି

mahabharatanews

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

mahabharatanews

ଦୁଇ ପରିବାର ହାତାହାତି, ୫ ଗୁରୁତର

mahabharatanews

Leave a Comment