ଓଡିଶା

୫୪ତମ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ଗୋପ: କୋଣାର୍କ ମୁକ୍ତାକାଶ ରଙ୍ଗମଂଚରେ ୫୪ ତମ ଭାରତୀୟ ପ୍ଲାଷ୍ଟିକ ସର୍ଜନଙ୍କ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅ ।ନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ସର୍ଜରୀ ଉପରେ ଅ ।ଧାରିତ ଏକ ପୁସ୍ତକକୁ ରାଜ୍ୟପାଳ ଉନ୍ନୋଚନ କରିଥିଲେ । ୧୬ ଟି ଦେଶର ପ୍ରାୟ ୮୦୦ ପ୍ଲାଷ୍ଟିକ ସର୍ଜନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅ।ୟୋଜିତ ହୋଇଥିଲା । ବିଭିନ୍ନ ପ୍ଲାଷ୍ଟିକ ସର୍ଜରୀ ଡକ୍ଟରଙ୍କ ସହ ଭାବର ଅ।ଦାନ ପ୍ରଦାନ ସହ ନୂତନ ଡାକ୍ତରମାନଙ୍କୁ ଶିଖିବାର ନୂଆ ସୂଯୋଗ ଦେବା ଏହି କାର୍ଯ୍ୟକ୍ରମର ଉଦେଶ୍ୟ । କୈାଣସି ବ୍ୟକ୍ତିର ଶରୀରର ଯେକୋଣସି ଅଙ୍ଗପ୍ରତ୍ୟଙ୍ଗ ଦୁର୍ଘଟଣା କିମ୍ବା କୌଣସି ଅନ୍ୟ କାରଣରୁ କ୍ଷତି ଗ୍ରସ୍ତ ହୋଇଥିଲେ ତାହାକୁ ପ୍ଲାଷ୍ଟିକ ସର୍ଜରୀ ମାଧ୍ୟମରେ ପୁନଃରୋପଣ କରାଯାଇ ବ୍ୟକ୍ତିଙ୍କୁ ପୂର୍ବବତ୍ କାର୍ଯ୍ୟକ୍ଷମ କରାଯାଇପାରେ ବୋଲି ଡକ୍ଟର କହିଛନ୍ତି ।

Related posts

ସାଇକେଲ ଚୋରି: ସିସିଟିଭି କ୍ୟାମେରାରେ ଅଭିଯୁକ୍ତ କଏଦ

mahabharatanews

କୂଆଖାଇ ନଦୀରେ ଭାସୁଛି ପଥର

mahabharatanews

୧୮ରୁ ସିଲ ହେବ ପୁରୀର ସମସ୍ତ ମଦ ଦୋକାନ

mahabharatanews