ଓଡିଶା

୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ନିମାପଡା ଗୋଲେଇ ଛକ ଠାରେ ବ୍ରାଉନ ସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିଲା । ଅବକାରୀ ବିଭାଗ ଇନ୍ସପେକ୍ଟର ଜଗଦୀଶ ସାମିଲଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଅଭିଯୁକ୍ତ ଦ୍ୱୟ ଏକ ବାଇକରେ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ନିମାପଡା ଗୋଲେଇ ଛକ ଠରେ ସେମାନଙ୍କୁ ଅବକାରୀ ବିଭାଗ ଅଧିକାରୀ ଅଟକାଇଥିଲେ । ସେମାନଙ୍କ ନିକଟରୁ ୫୧ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟଚାଲାଣ କରିଛି ।

Related posts

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

mahabharatanews

Leave a Comment