ଓଡିଶା

୭ ଦିନର ଶିଶୁ କନ୍ୟା ଉଦ୍ଧାର

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ପଳାଶୋଳ ଗାଁରୁ ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୭ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ପଳାଶୋଳର କବିତା ସାହୁ ଓ ତାଙ୍କ ସ୍ୱାମୀ ନିତ୍ୟାନନ୍ଦ ସାହୁ ଶିଶୁକନ୍ୟାକୁ ରଖିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ଶିଶୁକନ୍ୟାକୁ ସ୍ଥାନୀୟ ଶିଶୁ ଆଶ୍ରମରେ ରଖାଯାଇଥିବା ସିଡବ୍ଲ୍ୟୁସି ଅଧ୍ୟକ୍ଷା ବିଶେଶ୍ୱରୀ ମହାନ୍ତି କହିଛନ୍ତି । ନିତ୍ୟାନନ୍ଦଙ୍କ କହିବା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଜଣେ ମହିଳା ଉକ୍ତ ଶିଶୁକନ୍ୟାକୁ ଧରି କାନ୍ଦୁଥିବା ଦେଖିଥିଲେ । କାହିଁକି କାନ୍ଦୁଛନ୍ତି ବୋଲି ପଚାରିବାରୁ ମହିଳା ଜଣକ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା କହିଥିଲେ । ପୂର୍ବରୁ ୩ଟି ଝିଅ ଅଛନ୍ତି । ଆଉ ଏକ ଝିଅର ଲାଳନ ପାଳନ କରିବା ତାଙ୍କ ପକ୍ଷେ କଷ୍ଟକର । ତେଣୁ ଏଭଳି ପରିସ୍ଥିତିରେ କେହି ଛୁଆଟିକୁ ନେଇଗଲେ ଖୁସି ହେବେ ବୋଲି ସେ କହିଥିଲେ । ତେବେ ନିତ୍ୟାନନ୍ଦ ଶିଶୁକନ୍ୟାଙ୍କ ମା’ଙ୍କ ନାମ କହିବାକୁ ଚାହୁଁ ନଥିବାରୁ ପିଲା କିଣାବିକା ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ଅନୁଧ୍ୟାନ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି ।

Related posts

ନାଳରେ ବୁଡି ଯୁବକ ମୃତ

mahabharatanews

ଗୋପବନ୍ଧୁଙ୍କ ଜନ୍ମପୀଠକୁ ଐତିହ୍ୟ ଗ୍ରାମ ପ୍ରତିଷ୍ଠା ପ୍ରୟାସ

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews

Leave a Comment