ନିଶ୍ଚିନ୍ତକୋଇଲି: ୮ ଦଫା ଦାବି ନେଇ ଗତକାଲି ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ ତରଫରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନଶନ କରାଯାଇଥିଲା । ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅମିତ୍ କୁମାର ଜେନା ଅନଶନ ସ୍ଥଳକୁ ଆସି ବୁଝାସୁଝା କରିବା ସହ ପ୍ରଶାସନର ସହଯୋଗରେ ସମସ୍ତ ଦାବି ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଦୀର୍ଘଦିନ ହେଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ଏଠାରେ କୁକୁର, ସାପ, ବିଲେଇ, ମାଙ୍କଡ଼ କାମୁଡ଼ା ଇଂଜେକସନ ମିଳୁନାହିଁ, ଟିକିଏ ବର୍ଷା ହେଲେ ମେଡ଼ିକାଲ ପରିସର ଜଳରେ ବୁଡିଯାଉଛି, ସ୍ୱାସ୍ଥ୍ୟ କେନ୍ଦ୍ର ପରିସରେ କୌଣସି ଶୌଚାଳୟ ନାହିଁ, ରୋଗୀମାନଙ୍କୁ ଠିକ ଭାବେ ଔଷଧପତ୍ର ବଣ୍ଟନ କରାଯାଉନାହିଁ । ପ୍ରଶାସନକୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦରେ ଗତକାଲି ୮ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚ ତରଫରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନଶନ କରାଯାଇଥିଲା । ଏଥିରେ ମନୋଜ କୁମାର ମଲିକ, ଶୁଭାଶିଷ ବସନ୍ତରାୟ, ସୁଶାନ୍ତ କୁମାର ନାୟକ, ବାପୁ ଦାସ, ଅଭୟ କୁମାର ବେହେରା, ପ୍ରମୋଦ କୁମାର ବେହେରା, ପୂର୍ବତନ ସରପଞ୍ଚ ଷ୍ଟାଲିନ ରାଉତ, କବି ବାରିକ ପ୍ରମୁଖ ଆମରଣ ଅନଶନ କରିଥିଲେ । ତେବେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅମିତ୍ କୁମାର ଜେନା ଅନଶନ ସ୍ଥଳକୁ ଆସି ବୁଝାସୁଝା କରିବା ସହ ପ୍ରଶାସନର ସହଯୋଗରେ ସମସ୍ତ ଦାବି ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।
previous post
next post