ରାଜନୀତି

ଅ।ଜମଙ୍କ ପୁଅଙ୍କ ବିଧାୟକ ପଦ ରଦ୍ଦ

ଆଲହାବାଦ: ଜାଲ୍ ସାର୍ଟିଫିକେଟ ଦାଖଲ କରି ର୍ନିବାଚନ ଜିତିଥିବା ଅଭିଯୋଗରେ ଅ।ହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସୁଅର ବିଧାନସଭାର ବିଧାୟକ ଅବଦୁଲ୍ଲା ଅ।ଜମ ଖାନଙ୍କ ପଦବୀ ରଦ୍ଦ କରିଛନ୍ତି । ଅବଦୁଲ୍ଲା ହେଉଛନ୍ତି ଉତ୍ତର ପ୍ରଦେଶ ରାମପୁର ଲୋକସଭା ର୍ନିବାଚନ ମଣ୍ଡଳୀର ସାଂସଦ ଅ ।ଜମ ଖାନଙ୍କ ପୁଅ ।

୨୦୧୭ରେ ଉତ୍ତର ପ୍ରଦେଶ ବିଧାନସଭା ର୍ନିବାଚନ ରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ନ୍ୟୂନତମ ବୟସ ୨୫ ଧାର୍ଯ୍ୟ କରାଯାଇଥିଲା । ହେଲେ ଅବଦୁଲ୍ଲା ଜାଲ୍ ସାର୍ଟିଫିକେଟ ଦାଖଲ କରି ନିଜର ବୟସ ବିଧାୟକ ପଦବୀ ପାଇଁ ଯୋଗ୍ୟ ବୋଲି ଦର୍ଶାଇଥିଲେ । ଏହାପରେ ବିଏସପିର ବିଧାୟକ ପ୍ରାର୍ଥୀ ନବାବ କାଜିମ ଅଲ୍ଲୀ ବିଧାୟକ ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ର୍ନିବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ମାମଲା ଅ ।ହ୍ଲାବାଦ ହାଇକୋର୍ଟରେ ·ଲିଥିଲା । ପ୍ରମାଣ ସ୍ୱରୂପ ବିଏସପି ପ୍ରାର୍ଥୀ ବିଧାୟକ ଅବଦୁଲ୍ଲାଙ୍କ ଦଶମ ଶ୍ରେଣୀ ମାର୍କ ସିଟ୍ ଓ ଅନ୍ୟାନ୍ୟ ତଥ୍ୟ ଦେଇଥିଲେ । ଏହି ମାମଲାରେ ଅବଦୁଲ୍ଲା ପୂର୍ବରୁ କହିଥିଲେ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ିବା ବେଳେ ସ୍କୁଲ ଶିକ୍ଷକ ଅ ।ନୁମାନିକ ଭାବରେ ତାଙ୍କର ବୟସ ଲେଖିଦେଇଥିଲେ । ଯାହାକି ଠିକ୍ ନୁହେଁ ।

Related posts

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି

mahabharatanews

ଆଜି ୪୫ଟି ଜାଗାରେ ପୁନଃ ମତଦାନ

mahabharatanews

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ

mahabharatanews