ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ମୁନିନ୍ଦା ଗ୍ରାମପଞ୍ଚାୟତର ବରକେରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ରୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱଚ୍ଛତା ରୟାଲି ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ, ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡ/ ପି ଶ୍ରୀନିବାସ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମର ସଂଯୋଜକ, ସଦସ୍ୟ ମନୋଜ ପଟ୍ଟନାୟକ, ପ୍ରକୃତି ବନ୍ଦୁ ବିଶ୍ୱଜିତ ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲେଲିନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଶିକ୍ଷକ ସୁଧୀର କୁମାର ଜେନା । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କୁ ସ୍ୱଚ୍ଛତା ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟଯୋଗୁ କେନ୍ଦ୍ରୀୟ ଉଦ୍ୟାନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଅନ୍ୟଢ଼ାନଙ୍କ ମଧ୍ୟରେ ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ପୁରୁଷୋତ୍ତମ ନାୟକ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାଷ ମହନ୍ତ, ଉଦ୍ୟାନ ବିଭାଗର କର୍ମଚାରୀ ଅଶୋକ ଦୁର୍ଗା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
previous post