ଓଡିଶା

ଦୁଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଗୁରତର

(ମହାଭାରତ, ଭଦ୍ରକ): ଭଦ୍ରକର ଡାହାଣୀଗଡିଆ ଠାରେ ବୁଧବାର ଏକ ଅଘଟଣ ଘଟିଛି । ଭୋର ସମୟରେ ଘନ କୁହୁଡି ଯୋଗୁ ଡାହାଣୀଗଡିଆ ନିକଟରେ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିବା ଜଣାଯାଇଛି । ଏହି ଦୁର୍ଘଟଣା ଯୋଗୁ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଦଞ୍ଚଳରୁ ଦୁଇ ପାରାଲିସିସ ରୋଗୀଙ୍କୁ ଧରି କଟକ ଅଭିମୁଖେ ଆସୁଥିଲା । ଡାହାଣୀଗଡିଆ ଛକ ନିକଟରେ ଏକ ଟ୍ରଲର ବୁଲାଣି ନେଉଥିବା ବେଳେ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଆମ୍ବୁଲାନ୍ସଟି କୁହୁଡି ଯୋଗୁ ଦେଖି ପାରି ନ ଥିଲା । ଫଳରେ ଦ୍ରୁତ ଗତିରେ ଯାଇ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୨ ରୋଗୀଙ୍କ ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଓ ଅନ୍ୟ ଜଣେ ତାଙ୍କ ସମ୍ପର୍କିୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ପଠାଯାଇଛି ।

Related posts

୪ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ 

mahabharatanews

ଆରମ୍ଭ ହେଲା +୩ ଯୁକ୍ତ ତିନି ଦ୍ୱିତୀୟ ବର୍ଷ, ପିଜି ପ୍ରଥମ ବର୍ଷ ପାଠପଢା

mahabharatanews

ପ୍ରଦର୍ଶନୀ ପଡ଼ିଆରେ ୭୭ତମ ସ୍ୱାଧୀନତା ଦିବସ

mahabharatanews