ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ଏକ ମାସ ମଧ୍ୟରେ ତିନି ତିନିଟି ବଡ ଧରଣର ଅଗ୍ନିକାଣ୍ଡ ଘଟିଲାଣି । ଆଜି ସକାଳେ ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି କାରଖାନାରେ ନିଅ ।ଁ ଲାଗିଥିଲା । ନିଅ ।ଁକୁ ଆୟତ୍ତ କରିବାକୁ ୨୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଏକ ଜୋତା କାରଖାନାରେ ସିଲିଣ୍ଡର ଫାଟିବାରୁ ନିଅ ।ଁ ଲାଗିଥିଲା । ଗ୍ୟାସ ବ୍ୟାପିବା ସହ ନିଆଁ ଆଖି ପିଛୁଳାକେ ନିକଟରେ ଥିବା ଅନ୍ୟ କାରଖାନାକୁ ବ୍ୟାପିଯାଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ପହଞ୍ଚି ନିଅ।କୁ ଲିଭାଇବା କାର୍ଯ୍ୟରେ ଲାଗି ପଡିଥିଲେ । ଏହି ଅଗ୍ନିକାଣ୍ଡରେ କାହାରି ମୃତ୍ୟୁ ହୋଇ ନାହିଁ । ତେବେ ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ ।
ସୂଚନାଯୋଗ୍ୟ, ସୋମବାର ଉତ୍ତର-ପଶ୍ଚିମାଞ୍ଚଳସ୍ଥିତ କିରାରିଠାରେ ଥିବା ଏକ କପଡା ଗୋଦାମରେ ଭୟଙ୍କର ନିଅ ।ଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ । ଏହା ପୂର୍ବରୁ ୮ ଅଗଷ୍ଟରେ ଦିଲ୍ଲୀର ରାଣୀ ଝାନ୍ସି ଇଲାକାରେ ଥିବା ଅନାଜ ମଣ୍ଡିର ଏକ କାରଖାନାରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ ।