ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ମିଶନ ଶକ୍ତି କାଫେ ସମ୍ମୁଖ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଯାଇଛି।ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ୍ ବିରରାଜୁ, ସାଂସଦ ପ୍ରତିନିଧି ଜଗନ୍ନାଥ ପରିଡା, ଗୋଶାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ନିରୋଧ ଚନ୍ଦ୍ର ନାୟକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାରେନ୍ଦୁ ନାୟକ,ବିଧୁତ ଶେଖର ମିଶ୍ର ଉପ ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ।
ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରାଣୀ ଚିକିତ୍ସା ଉପ ନିର୍ଦ୍ଦେଶକ ବିଧ୍ୟୁତ ଶେଖର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଗଜପତି ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ କିପରି ହୋଇ ପାରିବ ଓ ଲୋକେ କିପରି ମାଛଚାଷ, ବତକ ଚାଷ,ଗୋପାଳନ, ମହିଷି ପାଳନ, ଛେଳି ମେଣ୍ଢା ପ୍ରଭୃତି ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ଓ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ତା ଉପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।ଜିଲ୍ଲାରେ ମାଛ ଚାଷ ଓ ଗୋପାଳନରେ ସଫଳ ଚାଷୀଙ୍କୁ ମାନପତ୍ର ,ଉପଢୌକନ ପୁଷ୍ପଗୁଚ୍ଛ ଓ ସହାୟତା ରାଶି ପ୍ରଦାନ କରାଯାଇଛି।ସାଂସ୍କୃତିକ ଲୋକ କଳା ନୃତ୍ୟ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନାର ସଚେତନତା ବାର୍ତ୍ତା ପରିବେଷଣ କରାଯାଇଥିଲା। ଶେଷରେ ରଶ୍ମିତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
