ଓଡିଶା

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ସଦର ମହକୁମାର ଡିଅରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ସଂମ୍ମାନୀତ ଅତିଥି ଭାବେ ଏସଡିସିର ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ ଓ ବିଭିନ୍ନ ଏସଏଚଜି ଗ୍ରୁପର ମହିଳା ଉପସ୍ଥିତ ଥିଲେ । ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଜିଲ୍ଲାରେ ଏକାସାଙ୍ଗେ ପାଳନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଡ଼ିଆମୀ ନିଜେ ସରପଞ୍ଚ ଥିବା ସମୟରେ ବିଭିନ୍ନ ପ୍ରକଳ୍ପ ର ଶୁଭ ପଡ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ଶେଷ ହୋଇନଥିବା କ୍ଷୋଭର ସହ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡ଼କାମୀ ରାଜ୍ୟ ସରକାରଙ୍କ ସୁଶାସନ ଓ ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Related posts

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ପ୍ରଦର୍ଶନ

mahabharatanews

ସାବଧାନ! ଆଜି ଖୋଲିବ ହୀରାକୁଦର ୨୦ ଗେଟ୍

mahabharatanews