ଓଡିଶା

ରାଜଧାନୀରେ ଆଉ ୨୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଗୋଟିଏ ଦିନରରେ ସର୍ବାଧିକ ୨୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୨୦୭ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆଜିର ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୭୧୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୮୩୪ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣ ପ୍ରାଣ ହରାଇଛନ୍ତି । ସେହିପରି ୮୭୦ଟି ସକ୍ରିୟ କେସ୍ ରହିଛି । ଏଥିସହ ଆଜି ଆଉ୨୯ ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି ।
ଭୁବନେଶ୍ୱରର ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ସଂକ୍ରମିତଙ୍କ ସହ ସଂଖ୍ୟା ସର୍ବାଧିକ ରହିଛି । ଆଜି ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Related posts

ଇଚ୍ଛାପୁର ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

କୋରନା ଯୋଦ୍ଧା ହୋମଗାର୍ଡ ଗୈ।ରୀ ବେହେରାଙ୍କୁ ଆଥିର୍କ ସାହାଯ୍ୟ ପ୍ରଦାନ

mahabharatanews

ବନ୍ୟାକୁ ପୁରିବ ବର୍ଷେ: ଏବେ ବି ପଲିଥିନ ତଳେ କଟୁଛି ନର୍ଡା ଗ୍ରାମବାସୀଙ୍କ ଜୀବନ

mahabharatanews