ଭୁବନେଶ୍ବର: ସାମଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ଏଥିନେଇ କିଛି ସଂଗଠନ ଓ ବ୍ୟକ୍ତିବିଶେଷ ସିବିଆଇ ଯାଞ୍ଚ ପାଇଁ ଦାବି କରୁଥିବା ବେଳେ ତାଙ୍କ କିଛି ବନ୍ଧୁ ଲିଙ୍ଗରାଜ ଥାନାରେ ଏକ ହତ୍ୟା ମାମଲା ଦାୟର କରିଛନ୍ତି । ଶ୍ରୀଲିଙ୍ଗରାଜ ଷ୍ଟେସନ ରେଳଧାରଣାରୁ ଆଦିତ୍ୟଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ପ୍ରାଥମିକ ଅବସ୍ଥାରେ ଆଦିତ୍ୟ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ତାଙ୍କପରି ଜଣେ ଦୃଢ ମନୋବଳର ବ୍ୟକ୍ତିତ୍ୱ ଓ ପ୍ରେରଣାଦାତା କଦାପି ଆତ୍ମହତ୍ୟା କରି ପାରିବେ ନାହିଁ ବୋଲି ମତପ୍ରକାଶ ପାଇଥିଲା । ଏହାପରେ ଚାପରେ ଆସି ଜିଆରପି ପୁଲିସ ତଦନ୍ତକୁ ଭିନ୍ନ ମୋଡ ଦେଇଥିବା ବେଳେ ତାଙ୍କ ହାତଲେଖା ଡାଇରୀ ଓ ଆତ୍ମହତ୍ୟା ସତ୍ୟପାଠ ଘଟଣାକୁ ଭିନ୍ନ ମୋଡ ଦେଇଛି । ରେଳବାଇ ଏସ୍ପି ଅଶୋକ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ ଚାଲିଛି । ଘଟଣାସ୍ଥଳ, ଆଦିତ୍ୟ ରହୁଥିବା ଭଡ଼ା ଘର ଏବଂ ତାଙ୍କ ଟ୍ରଷ୍ଟ ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମକୁ ଯାଇ ତଦନ୍ତ ଆରମ୍ଭ ହୋଇଛି । । ଏହାସହତ ଆଦିତ୍ୟଙ୍କ ବାପା, ମାଆ, ପତ୍ନୀ ଏବଂ ନିକଟସ୍ଥ ବନ୍ଧୁଙ୍କୁ ପୁଲିସ ପଚରାଉଚରା କରିଛି। ଆଦିତ୍ୟଙ୍କ ଘରୁ ଜବତ ହୋଇଥିବା ଏକ ଡାଏରିରେ ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।
ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଦୁଇ ସହଯୋଗୀଙ୍କୁ ଲେଖି ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୃଦ୍ଧାଶ୍ରମର ଭବିଷ୍ୟତ ରୂପରେଖକୁ ନେଇ ବ୍ଲୁପ୍ରିଣ୍ଟ ଦେଇଛନ୍ତି । କିନ୍ତୁ ସେହି ଚିଠିରେ ଲିଖିତ ଗୋଟିଏ ଧାଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୪ ପୃଷ୍ଠାର ଚିଠିରେ ଏକ ସ୍ଥାନରେ ଲେଖା ଯାଇଛି, ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କର । ନହେଲେ ସେ ତୁମ ବଞ୍ଚିବା ମୁସକିଲ କରିଦେବେ । ଏଥିସହ ମଦ ବିରୋଧି ତାଙ୍କ ଆନ୍ଦୋଳନର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
ଏହାପରେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରୁ ଭିନ୍ନଭିନ୍ନ ମତ ଆସୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି, ପ୍ରଥମେ ତାଙ୍କ ମୁଣ୍ଡକୁ କୌଣସି ଭାରି ଜିନିଷରେ ଆଘ।।ତ ଦିଆଯାଇଛି, ଯେଉଁଥିରେ ତାଙ୍କ ମୃତ୍ୟୁ ହୋଇଛି । ଏହା ପରେ ତାଙ୍କ ମୃତଦେହକୁ ଆଣି ରେଳ ଧାରଣାରେ ପକାଇ ଦିଆଯାଇଛି । ଏବେ ଦେଖିôବାକୁ ରହିଲା ତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ପଦାକୁ ଆସୁଛି ନା ଅନ୍ୟ ବିଭିନ୍ନ ହାଇପ୍ରୋଫାଇଲ ହତ୍ୟା କରି ଏହାକୁ ମଧ୍ୟ ଚପାଇ ଦିଆଯାଉଛି ।
