କେନ୍ଦୁଝର: ଦେଶ ବ୍ୟାପି ୭୪ତମ ଜାତୀୟ ସମର ଶିକ୍ଷାର୍ଥି ଦିବସ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦାନ କରି ମହାବିଦ୍ୟାଳୟ ପ୍ରତିଷ୍ଠାଦାତା ବିଦ୍ୟାଧର ଦାଶ ଏନ.ସି.ସି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରେ ମହାବିଦ୍ୟାଳୟ ଅଧକ୍ଷ ଜୟନ୍ତ ଦ୍ଵିବେଦୀ,ପାଟଣା ଥାନା ଅତିରିକ୍ତ ଅଧିକାରୀ ଶ୍ରୀ ନୂଆସ୍ ଲୁଗୁନ,କ୍ରୀଡାଶିକ୍ଷକ ଲେଫ୍ଟନାଣ୍ଟ ଧମ୍ରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତି ରହି ମହାବିଦ୍ୟାଳୟ ଏନ.ସି.ସି କ୍ୟାଡ଼ର ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଦକ୍ଷ କ୍ୟାଡ଼ର ମାନଙ୍କୁ ଅତିଥି ଗଣଙ୍କ ଦ୍ୱାରା ମ୍ୟାଡେଲ ସହ ମାନପତ୍ର ପ୍ରଦାନ କରାଯାଇ ଥିଲା । ଏଥିରେ ୭୫ଜଣ ରୁ ଉର୍ଦ୍ଧ କ୍ୟାଡ଼ର ଉପସ୍ଥିତ ଥିଲେ।
previous post
next post
