ଓଡିଶା

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସମାବେଶ ଅନୁଷ୍ଠିତ

(ଚିତ୍ତରଞ୍ଜନ ସାହୁ/ବରଗଡ): ବିଜେପି ରାଜ୍ୟ କୃଷକ ମୋର୍ଚା ତରଫରୁ ଆଜି ବରଗଡ଼ ଜିଲ୍ଲାର ଘୁଳିପାଳି ନିକଟ ପଡିଆରେ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଏହି ସମାବେଶ କରାଯାଇଥିଲା । ସରକାରଙ୍କ ଏହି ଆଇନ ଯୋଗୁ ମଧ୍ୟସ୍ଥି ଓ ଦଲାଲଙ୍କ ନିଦ ହଜି ଯାଇଛି । କେନ୍ଦ୍ର ସରକାର ଆଣିଥିବା କୃଷି ବିଲରେ ମଣ୍ଡି ଉଠାଯିବ ବୋଲି ଉଲ୍ଲେଖ ହୋଇନାହିଁ । ଭାରତର ପ୍ରଧାନମନ୍ତ୍ରୀ ସବୁବେଳେ ଚାଷୀଙ୍କ ହିତ ପାଇଁ କାମ କରି ଆସିଛନ୍ତି । କଂଗ୍ରେସ ଓ ବାମପନ୍ଥୀ ବିଚାର ଧାରାର ଲୋକେ ଚାଷୀଙ୍କୁ ଭ୍ରମିତ କରି ଏହି ଆନ୍ଦୋଳନ ଚଳାଇଛନ୍ତି ବୋଲି ବିଜେପି ଏହି ସମାବେଶରେ କହିଛି । ସମାବେଶରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଚାଷୀମାନେ ଯୋଗ ଦେଇଥିଲେ । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ । ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ମୁକେଶ ମହାଳିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରଗଡ ବିଜେପି ଜିଲ୍ଲା ସଭାପତିଙ୍କ ସମେତ କୃଷକ ମୋର୍ଚ୍ଚାର ବିଭିନ୍ନ ଜିଲ୍ଲା ସଭାପତି ଏବଂ ବିଜେପିର ବହୁ ବରିଷ୍ଠ ନେତା ଏହି ସମାବେଶରେ ଯୋଗ ଦେଇଥିଲେ ।

Related posts

 ହାତୀଛୁଆର ମୃତଦେହ ଉଦ୍ଧାର 

mahabharatanews

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

mahabharatanews

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews