Uncategorized

ଡବ୍ଲୁଏଚଓ ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ଯିବାକୁ ଚୀନର ବାରଣ

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୧୦ ଜଣିଆ ବିଶେଷଜ୍ଞ ଦଳକୁ ଉହାନ ସହରକୁ ପ୍ରବେଶ ଉପରେ ରୋକ ଲଗାଇଛି ଚୀନ । ବିଶେଷଜ୍ଞ ଦଳ ଉତ୍ପତି ସ୍ଥଳକୁ ଯାଇ ଅନ୍ତିମ ପର୍ଯ୍ୟାୟ ଯାଞ୍ଚ କରିବା ଉପରେ ଚୀନ ରୋକ ଲଗାଇଛି । ବେଜିଂର ଏହି ଆଭିମୁଖ୍ୟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆଧହୋନମ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟେଡ୍ରୋସ କହିଛନ୍ତି, ବିଶେଷଜ୍ଞ ଦଳ ସେଠାକୁ ଯିବା ପୂର୍ବରୁ ଚାଇନା ସହ ଆଲୋଚନା କରିଥିଲା। ହେଲେ ଅନ୍ତିମ ସମୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥାଳୀକୁ ଛଡାଯାଉ ନାହିଁ, ଯାହା ଅନୁଚିତ ।
୨୦୧୯ଡିସେମ୍ୱରରେ ବେଜିଂର ଉହାନ ସହରରୁ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ବ୍ୟାପିଯାଇଥିଲା । ଏଥିରେ ବିଶ୍ୱର ୨୧୮ଟି ଦେଶ ଆକ୍ରାନ୍ତ ହେବା ବେଳେ ୧.୮ ମିଲିଅନରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି। ଏହି ଭୂତାଣୁ ସଂକ୍ରମଣ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଆମେରିକା ଚୀନକୁ ଦାୟୀ କରି ଆସିଥିବା ବେଳେ ପରେ ଅନ୍ୟାନ୍ୟ ଦେଶ ମଧ୍ୟ ଚୀନର ଗତିବିଧି ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏହା ବ୍ୟତୀତ, ଚୀନକୁ ଜାତିସଂଘର ଅହେତୁକ ଅନୁକମ୍ପାକୁ ନେଇ ମଧ୍ୟ ଟ୍ରମ୍ପ ଓ ତାଙ୍କ ଦଳ ବାରମ୍ବାର ବିଶୋଦ୍ଗାର କରିଥିବା ଦେଖିବାକୁ ମିଳିଥିଲା ।

Related posts

କୋରୋନା: ଇରାନକୁ ଆମେରିକାର ଧମକ

mahabharatanews

ମୋଜାମ୍ବିକରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ

mahabharatanews

ନିର୍ମାଣାଧୀନ ଏକ ବିମାନ ବନ୍ଦରରୁ ୩୫ ହଜାର ବର୍ଷ ତଳର ମାମାଥ କଙ୍କାଳ ଉଦ୍ଧାର

mahabharatanews