ନୂଆଦିଲ୍ଲୀ: କରୋନା ସଂକ୍ରମଣ କିଛି ରାଜ୍ୟରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାନି ଗାଇଡଲାଇନ ଜାରି କରାଯାଇଛି । ଆଗକୁ ପାର୍ବଣ ଥିବାରୁ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ପାର୍ବଣ ପାଇଁ କୌଣସି ସ୍ଥାନରେ ଭିଡ଼ ନ କରିବା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆ ଗାଇଡଲାଇନରେ କେନ୍ଦ୍ର ସରକାର ପୁରୁଣା କଥା ଦୋହରାଇଛନ୍ତି। ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଫୋକସ କରିବାକୁ କୁହାଯାଇଛି । ତେଣୁ ଆଗକୁ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାନିଟାଇଜରର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ରାଜ୍ୟ ସରକାର ଏହାପରେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଗାଇଡଲାଇନରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଗୁଡ଼ିକୁ ପାର୍ବଣରେ ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ କଟକଣା ଲାଗୁ କରିପାରିବେ।
