ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ କମିଛି ;୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି , ଯାହା ଶହେ ତଳେ ରହିଛି। ଗତକାଲି ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୨, ବରଗଡ଼ରୁ ୧, ବଲାଙ୍ଗୀରରୁ ୧, କଟକରୁ ୮ ଜଣ, ଦେବଗଡ଼ରୁ ୧, ଜଗତସିଂହପୁରରୁ ୫, ଯାଜପୁରରୁ ୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୭, କୋରାପୁଟରୁ ୨, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨, ନୂଆପଡ଼ାରୁ ୨, ପୁରୀରୁ ୪, ସମ୍ବଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ ଓ ଷ୍ଟେଟପୁଲରୁ ୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

Related posts

ତିରିଂରେ ସିପିଆଇର ଦାବି ଦିବସ ପାଳିତ

mahabharatanews

ଅନ୍ୟ ରାଜ୍ୟ ଯିବାକୁ ଚାହୁଁଥିଲେ ମିଳିବ ଇ-ପାସ୍

mahabharatanews

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

mahabharatanews