ଓଡିଶାରାଜନୀତି

ଗାଁରେ ଟେଲିଫୋନ ଟାୱାର ନିର୍ମାଣ ନିଷ୍ପତ୍ତି

ଭୁବନେଶ୍ୱର;ଗାଁରେ ଟେଲିଫୋନ ଟାୱାର ନଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକରୁ ଅଧିକ ଟେଲିଫୋନ ଟାୱାର ନିର୍ମାଣ କରଯାଉ । ଏ ନେଇ ଉଭୟ ଶାସକ ଓ ବିରୋଧୀ ଦାବି କରିଛନ୍ତି । ବିଧାନସଭାରେ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ, ୩୦୯୩ ଗାଁରେ ୪୯୩ ଟି ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ ୧୫୮ ଟି ଟେଲି ଫୋନ ଟାୱାର ନିର୍ମାଣ ସରିଛି । ଆଉ ୩୨୫ ଟି ଟେଲି ଫୋନ ଟାୱାର ନିର୍ମାଣ ହେବ । ଏହା ବାଦ ଆଉ ୧୦୦ ଟି ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟଳୟ ଉପରେ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରଯାଉଛି ।

Related posts

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

mahabharatanews

ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ

mahabharatanews

ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକମାନଙ୍କୁ ସାହାଯ୍ୟ ଦାବି

mahabharatanews