ଆଠଗଡ(ମହାଭାରତ): ଆଜିଠୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନର ମହାପର୍ବ । କୋରୋନା କଟକଣା ସମାନ୍ୟ କୋହଳ ହେବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କଟକ ଜିଲ୍ଳାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ଦେଖିବାକୁ ମିଳିବ ଭକ୍ତଙ୍କ ଗହଳି । ଉପଜିଲ୍ଲାପାଳଙ୍କ ବୈଠକ ପରେ ଆଜିଠାରୁ ସାଧାରଣ ଦର୍ଶନକୁ ଅନୁମତି ମିଳିଛି । ତେବେ କୋରୋନା ମହାମାରୀର କିଛି କଟକଣାକୁ ପାଳନ କରିବା ସହିତ ଦର୍ଶନ ପାଇଁ ଜନସାଧାରଣଙ୍କୁ ଅନୁମତି ଦିଆଯାଇଛି । ଗର୍ଭବତୀ ମହିଳାଙ୍କ ସମେତ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ସେହିପରି ମନ୍ଦର ଭିତରକୁ ବାହାର ଭୋଗ ନେବା ପାଇଁ ବାରଣ କରାଯାଇଥିବା ବେଳେ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ତେବେ ମନ୍ଦିର ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୀର୍ଘ ଦିନ ପରେ ମନ୍ଦିର ଖୋଲିଥିବାରୁ ଆଜି ଭୋର ୪ଟାରୁ ପ୍ରଥମେ ୧୦୮ କଳସରେ ପ୍ରଭୁଙ୍କ ସ୍ନାନ କରାଯାଇ ମଙ୍ଗଳ ଆଳତୀ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି ।
previous post
next post
