ଓଡିଶା

କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଏହି କେନ୍ଦ୍ରୀୟ ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ବାଇଲ୍ଡ ଲାଇଫ୍, ଡଃ.ପ୍ରଜ୍ଞା ପି ପଣ୍ଡା କୋର୍ଡିନେଟର ନ୍ୟାସନାଲ ଏଲିଫ୍ୟାଣ୍ଟ ସେଣ୍ଟର ରହିଛନ୍ତି । ସେମାନଙ୍କ ସହ ଓୟୁଏଟି ବିଶେଷଜ୍ଞ ପ୍ରଫେସର ଡଃ. ନିରଞ୍ଜନ ସାହୁ, ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସାକ ପ୍ରତାପ କିଶୋର ଖମାରୀ ମଧ୍ୟ ଅଛନ୍ତି । ଏହି ବିଶେଷଜ୍ଞମାନେ ହାତୀ ମୃତ୍ୟୁର କାରଣ କୁହାଯାଉଥିବା ସାହାଣ ରୋଗ ନା ଆଉ କିଛି ତାର ତଦନ୍ତ କରିବେ। ବନାଞ୍ଚଳର ଯେଉଁ କ୍ଷେତ୍ରରେ ହାତୀ ମୃତ୍ୟୁ ହୋଇଛି ସେହି ସ୍ଥାନ ପରିଦର୍ଶନ କରିବା ସହ ହାତୀ ପାଣି ପିଉଥିବା ଜଳ ନମୂନା ସଂଗ୍ରହ ପୂର୍ବକ ନିକଟସ୍ଥ ଗାଁକୁ ଯାଉଛନ୍ତି ।
କର୍ଲାପାଟ ଅଭୟାରଣ୍ୟରେ ୧୪ଦିନ ମଧ୍ୟରେ ୬ ହାତୀର ମୃତ୍ୟୁ ଗଜରାଜ ସଙ୍କଟକୁ ନେଇ ଚିନ୍ତା ବଢାଇ ଦେଇଥିବା କେନ୍ଦ୍ରୀକ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟର ଗୁରୁତ ରହିଛି।

 

 

A few foods which we normally eat comprises of cleansing properties. where to buy viagra in malaysia Thus, via including such sorts of food into our diet, we could cleanse out our colon without much bother and is also the most inexpensive option for all of us.

Related posts

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews

ପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତି

mahabharatanews

ଭୁବନେଶ୍ୱରରେ ଖୋଲିଲା ଭିଏଲସିର ୨ୟ ବିୟୁଟି ଶୋ ରୁମ

mahabharatanews

Leave a Comment