ରାଜଧାନୀ ଉପଖଣ୍ଡ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ କହିବା କଥା ଶୀତ ଦିନେ ବିନା ଥଇଥାନରେ ସରକାର ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ।

ଆଜି ଭୋରୁ ସାଲିଆସାହିରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ । ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ସାମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଆଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଓ ବିଏମସି କର୍ମଚାରୀ ଧାରଣାକାରିଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ବସ୍ତିରେ ବୁଲଡୋଜର ବୁଲି ମାଟିରେ ମିଶୁଛି ଗୋଟିଏ ପରେ ଗୋଟିଏ ଘର । ତେବେ ଆଜିଠୁ ୨୪ତାରିଖ ପର୍ଯ୍ୟନ୍ତ ସାଲିଆ ସାହିରେ ଉଚ୍ଛେଦ କରାଯିବା କୁ ଥିବା ବେଳେ ପ୍ରାୟ ୫୧୭ ଘରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

