ପୁରାତନ ଯୁଗରୁ ପାଳିତ ହୋଇ ଆସୁଥିବା ଅଂଚଳର ମୁଖ୍ୟପର୍ବ ଟୋକିମରାକୁ ନେଇ ଗାଁ ଗାଁରେ ଆନନ୍ଦ ଦେଖିବାକୁ ମିଳିଛି | ଟୋକିମରା ପର୍ବକୁ ନେଇ ଏବେ ଠାରୁ ଗ୍ରାମର ଜାନି, ଦିଶାରୀ ଏବଂ ଗୁରୁମାଏ ମାନେ ପୂଜାପାଠ ଆରମ୍ବ କରି ସାରିଛନ୍ତି | ଚଳିତବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି (ମୁନେଶପଡା) ଠାରେ ମାଟି ଦେବତାଙ୍କ ପୂଜା ଟୋକିମରା ପର୍ବ ପାଳନ ହେବାକୁ ଯାଉଥିବାବେଳେ ଗଣ୍ଠିବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏହି ପର୍ବରେ ଆଖ ପାଖ ଗ୍ରାମର ପ୍ରାୟ ୨୦ ଖଣ୍ଡ ଗ୍ରାମବାସୀ ଉପସ୍ଥିତ ରହି ଟୋକିମରା ପର୍ବ କେମିତି ସୁରୁଖୁରୁରେ ପାଳିତ ହେବ ବୋଲି ଆଲୋଚନା କରି ଯାଇଥିଲେ | ଗ୍ରାମର ସବୁ ମା, ବାପା, ଭାଇ, ଭଉଣୀ ନାଚଗୀତ କରି ଖୁସିରେ ଝୁମି ଯାଇଥିଲେ | ଏହି ପର୍ବରେ ଗ୍ରାମର ଧରଣୀ ଖୁଣ୍ଟରେ ଏକ ଗୃହପାଳିତ ପଶୁ (ମେଣ୍ଢା)କୁ ବଳି ଦିଆଯାଇଥାଏ | ସେହି ମାଂସ ବା ତୁପକାକୁ ଆଣି ଆସିବା ପାଇଁ ପୁଣି ସହ ସହ ସଂଖ୍ୟାରେ ବୃଦ୍ଧା,ବନିତା ସମସ୍ତେ ଏକତ୍ରିତ ହେଇ ଟୋକିମରା ପର୍ବକୁ ପାଳନ କରିବେ | ଏହି ଗଣ୍ଠିବନ୍ଧା କାର୍ଯ୍ୟକ୍ରମକୁ ତଳଝାପି (ମୁନେଶପଡା) ଗ୍ରାମର ପୂଜାକମିଟି ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପର୍ଣ୍ଣ କରିଥିଲେ |
previous post
