ବିଶ୍ୱଭାରତ

ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବ ଋଷିଆ !

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୨୩ ଦିନ ପୁରିଥିବା ସମୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ୟୁରୋପୀୟ ଦେଶ ଗୁଡିକ ଋଷିଆ ଉପରେ କଡା କଟକଣା ଜାରି କରିଛନ୍ତି । ଅନ୍ୟପକ୍ଷେ ଋଷିଆ ରିହାତି ମୂଲ୍ୟରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ତେବେ ଭାରତ ସରକାର ଏହି ପ୍ରସ୍ତାବ ଉପରେ ଗୁରୁତର ସହ ଚିନ୍ତା କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଏକ ଗଣମାଧ୍ୟମ ଆଲୋଚନାରେ କହିଛନ୍ତି ଯେ, ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କ୍ଷେତ୍ରରେ ଭାରତ ଏକ ନିର୍ଭରଶୀଳ ଦେଶ । ଏଣୁ ନିଜର ଆବଶ୍ୟକତା ପୂରଣ ପାଇଁ ୟୁରୋପୀୟ ଦେଶମାନଙ୍କ ଭଳି ଋଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କରିଥାଏ । ମାତ୍ର ଋଷିଆ ଏ କ୍ଷେତ୍ରରେ ଭାରତର ମୁଖ୍ୟ ସ୍ରୋତ ନୁହେଁ ବୋଲି ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି ।

ଏହି ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକା ସମେତ ସହଯୋଗୀ ଦେଶମାନେ ଋଷିଆ ବିରୋଧରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ମୁକାବିଲା ଲାଗି ଋଷିଆ ନିଜର ତୈଳ ଓ ଗ୍ୟାସ ରପ୍ତାନୀ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ଏହି କାରଣରୁ ଋଷିଆ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଓ ଗ୍ୟାସ ଭାରତକୁ ରପ୍ତାନୀ ଲାଗି ପ୍ରସ୍ତାବ ଦେଇଥିବା କଥା ଚର୍ଚ୍ଚା ହେଉଛି । ଏହି ଆମଦାନୀରେ ଆମେରିକା ମୁଖ୍ୟ ପ୍ରତିବନ୍ଧକ ଭାବରେ ଉଭା ହୋଇଥିବା ଜଣାପଡିଛି ।

Related posts

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews

ସଞ୍ଜୟ ସିଂକୁ ବଡ଼ ଝଟକା

mahabharatanews

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

mahabharatanews