ଓଡିଶା

ଗତ ୨୪ ଘଣ୍ଟାରେ ଦେଶରୁ ୮୦୮୪ ନୂଆ ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ।  ଗତ ୨୪ ଘଣ୍ଟାରେ ଦେଶରୁ ମୋଟ ୮୦୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୮ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଏହାକୁ ମିଶାଇ ଦୈନିକ ସଂକ୍ରମଣ ହାର ବଢିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ପଜିଟିଭ ହାର ୩.୨୪ ରହିଛି । ଏହା ଯଦି ୫ ପ୍ରତିଶତ ଉପକୁ ଯାଏ ତେବେ ନୂଆ ଲହରକ ସଙ୍କେତ ଦେବ। ଦେଶରେ କିଛି ଦିନର ବ୍ୟବଧାନ ପରେ କଡ଼ ଲେଉଟାଇଲାଣି କରୋନା।

ବର୍ତ୍ତମାନ ମୋଟ କୋଭିଡ ମାମଲା ବଢ଼ିଯାଇ ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧ ହୋଇଛି। ପ୍ରାୟ ୪ ମାସ ପରେ ଦୈନିକ ସଂକ୍ରମଣ  ତିନି ପ୍ରତିଶତ ଉପରେ ରହିଛି। ତେବେ ଶନିବାର ତୁଳନାରେ ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ କମ୍‌ ରହିଛି।

Related posts

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

mahabharatanews

ଏପର୍ଯ୍ୟନ୍ତ ଚାଷୀଙ୍କୁ ୧୦ ହଜାର କୋଟି ଦିଆସରିଛି: ଯୋଗାଣ ମନ୍ତ୍ରୀ

mahabharatanews

ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨୧୯୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews